ନ୍ୟୁଜ୍ରାଜ୍ୟ

କରୋନା ରୋଗ ପ୍ରତିଷେଧକ ନାଁରେ ପିଲାଙ୍କୁ ଦିଆଯାଉଛି ଦେଶୀ ମଦ

ସତ୍ୟଶିଖା (ମାଲକାନଗିରି) :  କରୋନା ରୋଗ ପ୍ରତିଷେଧକ ନାଁରେ ପିଲାଙ୍କୁ ଦିଆଯାଉଛି ଦେଶୀ ମଦ I ଆଉ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ଏପରି କରାଯାଉଥିବା ଚର୍ଚା ହେଉଛି । ଏ ଚିତ୍ର ହେଉଛି ମାଲାକାନଗିରି ଜିଲ୍ଲାର । କରୋନାର ସବୁ ନିୟମକୁ ଫୁ କରି ମାଲକାନଗିରି ଜିଲ୍ଲାର ପୋଡିଆ ବ୍ଲକର ଦୁର୍ଗମ ପର୍ସନପଲ୍ଲୀ ଗାଁରେ ଏକାଠି ହୋଇଛନ୍ତି ଗ୍ରାମବାସୀ ।  ନାଁ ମୁହଁରେ ଅଛି ମାସ୍କ, ନା ରହିଛି ସାମାଜିକ ଦୂରତା । ମହୁଲି ମଦ ସେବନ ଚାଲୁଥିବା ବେଳେ କୁନି କୁନି ପିଲାଙ୍କ ହାତରେ ଧରାଇ ଦିଆଯାଇଛି ପତ୍ର ତିଆରି ଠୋଲା । ବଡ ଲୋକଙ୍କ ସହିତ କୁନି କୁନି ପିଲା ବି ଏହାକୁ ପାନ କରୁଛନ୍ତି । ମଦ ପିଇଲେ କରୋନା ପାଖ ମାଡିବ ନାହିଁ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ରହିଥିବାରୁ ଏପରି କରାଯାଉଥିବା ଚର୍ଚା ହେଉଛି ।

Show More
Back to top button