ଦେଶ

ଆଜି ୪ଟାରେ ପୁଣି ପ୍ୟାକେଜ ଘୋଷଣା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଲଢ଼େଇ ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜ ସମ୍ପର୍କରେ ଆଜି ଆଉ କିଛି ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଗତକାଲି ସେ ସାମ୍ବାଦିକ ସମ୍ମିଳନରେ ଏମଏସଏମଇ କ୍ଷେତ୍ରଗୁଡ଼ିକ ପାଇଁ ମୋଦି ସରକାର ୨୦ ଲକ୍ଷ ଟଙ୍କାର ପ୍ୟାକେଜ ମଧ୍ୟରେ କ’ଣ ସବୁ ବ୍ୟବସ୍ଥା କରିଛନ୍ତି, ସେକଥା ଜଣାଇଥିଲେ।

ଆହୁରି ପଢ଼ନ୍ତୁ

ଆଜି ୪ଟା ବେଳେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଆଉ ଏକ କ୍ଷେତ୍ର ପାଇଁ ହୋଇଥିବା ବ୍ୟବସ୍ଥା ଓ ପ୍ୟାକେଜ ସମ୍ପର୍କରେ ସୂଚନା ଦେବେ। ତେବେ ଆଜି କେଉଁ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା ହେବ, ସେକଥା ଜଣାପଡ଼ିନାହିଁ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କେବଳ ଆଜି ୪ଟାରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଟ୍ୱିଟ କରି ସୂଚନା ଦିଆଯାଇଛି।



[ad_2]

Show More
Back to top button