ଅପରାଧନ୍ୟୁଜ୍ରାଜ୍ୟ

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନାଗହଣା ଓ ଟଙ୍କା

ସତ୍ୟଶିଖା ୧୬/୦୧/୨୦୨୧ : ଘରେ ପଶି ସୁନା ଲୁଟିନେଲେ ଦୁର୍ବୃତ୍ତ । ପରିବାର ସଦସ୍ୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟି ନେଇଛନ୍ତି ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଘରେ ଏହି ଲୁଟ୍ ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ରଙ୍କନାଥ ମହାରଣାଙ୍କ ପରିବାର ଲୋକେ ଶୋଇଥିବା ସମୟରେ ଘରର ମୁଖ୍ୟ ଦ୍ବାର ଭାଙ୍ଗି ୪ ଜଣ ଦୁର୍ବୃତ୍ତ ଘରେ ପଶି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଘରେ ପଶି ସୁନା ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହି ସମୟରେ ଦୁର୍ବୃତ୍ତଙ୍କୁ ବିରୋଧ କରିବାକୁ ଯାଇ ମାରଣାସ୍ତ୍ରର ଆକ୍ରମଣର ଶିକାର ହୋଇଛନ୍ତି ବାପ-ପୁଅ ରଙ୍କନାଥ ମହାରଣା ଓ କେଦାର ମହାରଣା ।  ଲୁଟ୍ ଘଟଣା ନେଇ ଘସିପୁରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Show More
Back to top button