ଦେଶ
ଜୁନ୍ ୧ରୁ ଏହି ରାଜ୍ୟରେ ଖୋଲିବ ମନ୍ଦିର


ବେଙ୍ଗାଲୁରୁ: କରୋନା ମହାମାରୀ ଯୋଗୁ ଦେଶର ସବୁ ମନ୍ଦିର ଠାରୁ ଆରମ୍ଭ କରି ମସଜିଦ ଓ ଚର୍ଚ୍ଚ ବନ୍ଦ ରହିଛି। ଏଗୁଡ଼ିକ ବନ୍ଦ ରଖିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକା ସରକାର ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ଆହୁରି ପଢ଼ନ୍ତୁ
ଆସନ୍ତା ୧ ତାରିଖରୁ ରାଜ୍ୟରେ ମନ୍ଦିର ଗୁଡ଼ିକ ଖୋଲିବ ବୋଲି ସରକାର କହିଛନ୍ତି। ବର୍ତ୍ତମାନ ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ମେ’ ୩୧ ମଧ୍ୟରାତ୍ରରେ ଏହା ଶେଷ ହେବ। ୪ର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେଲେ ମନ୍ଦିର ଖୋଲିବ ବୋଲି କର୍ଣ୍ଣାଟକା ସରକାର କହିଛନ୍ତି। ମନ୍ଦିର ଖୋଲିବାକୁ ଥିଲେ ହେଁ ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯିବ ବୋଲି ଜଣାପଡ଼ିଛି।