ସତ୍ୟଶିଖା (ନୂଆଦିଲ୍ଲୀ) ୭/୧୧/୨୦୨୦ : ଦେଶର ସବୁଠାରୁ ବଡ ଓ ବିଶ୍ଵସ୍ଥ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ଏଲଆଇସି ନିଜଣ ଏକ ଲୋକପ୍ରିୟ ବୀମା ପଲିସୀ ଜୀବନ ଅକ୍ଷୟ ପଲିସୀ (L.I.C Jeevan Akshay Policy) ବନ୍ଦ କରିଦେଇଥିଲା । କିନ୍ତୁ ଏବେ ପୁଣି ଏହି ପଲିସୀ ଆରମ୍ଭ କରାଯାଉଛି । ଏଲଆଇସି ଜୀବନ ଅକ୍ଷୟ ପଲିସୀ ଅନୁସାରେ ପଲିସୀ ଧାରକଙ୍କୁ କେବଳ ଥରେ ମାତ୍ର କିସ୍ତି ଦେବାକୁ ପଡିବ । ଥରେ କିସ୍ତି ଦେବାପରେ ସାରା ଜୀବନ ପେନସନ୍ ମିଳିବାର ମଉକା ଅଛି । ଜୀବନ ଅକ୍ଷୟ ପଲିସୀ ସିଙ୍ଗଲ୍ ପ୍ରିମିୟମ୍ ନନ୍-ଲିଙ୍କ୍ଡ ନନ୍-ପାର୍ଟିସିପେଟିଙ୍ଗ ଓ ପର୍ଶନାଲ୍ ଏନ୍ୟୁଟି ପ୍ଲାନ୍ ରହିଛି । ଏଥିରେ ଅତିକମରେ ଏକ ଲକ୍ଷ ଟଙ୍କା ବିନିଯୋଗ କରି ପଲିସୀ ଆରମ୍ଭ କରିପାରିବେ । ଏହି ପଲିସୀରେ ସର୍ବାଧିକ ବିନିଯୋଗ ପାଇଁ କୌଣସି ଲିମିଟ୍ ଧାର୍ଯ୍ୟ କରାଯାଇନାହିଁ ।
ଏଲ୍ଆଇସିର ନୂଆ ବୀମା ଯୋଜନା
