ସ୍ପେଶାଲ୍ ରିପୋର୍ଟ

ଏଲ୍‌ଆଇସିର ନୂଆ ବୀମା ଯୋଜନା

ସତ୍ୟଶିଖା (ନୂଆଦିଲ୍ଲୀ) ୭/୧୧/୨୦୨୦ : ଦେଶର ସବୁଠାରୁ ବଡ ଓ ବିଶ୍ଵସ୍ଥ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ଏଲଆଇସି ନିଜଣ ଏକ ଲୋକପ୍ରିୟ ବୀମା ପଲିସୀ ଜୀବନ ଅକ୍ଷୟ ପଲିସୀ (L.I.C Jeevan Akshay Policy) ବନ୍ଦ କରିଦେଇଥିଲା । କିନ୍ତୁ ଏବେ ପୁଣି ଏହି ପଲିସୀ ଆରମ୍ଭ କରାଯାଉଛି । ଏଲଆଇସି ଜୀବନ ଅକ୍ଷୟ ପଲିସୀ ଅନୁସାରେ ପଲିସୀ ଧାରକଙ୍କୁ କେବଳ ଥରେ ମାତ୍ର କିସ୍ତି ଦେବାକୁ ପଡିବ । ଥରେ କିସ୍ତି ଦେବାପରେ ସାରା ଜୀବନ ପେନସନ୍ ମିଳିବାର ମଉକା ଅଛି । ଜୀବନ ଅକ୍ଷୟ ପଲିସୀ ସିଙ୍ଗଲ୍ ପ୍ରିମିୟମ୍ ନନ୍-ଲିଙ୍କ୍ଡ ନନ୍-ପାର୍ଟିସିପେଟିଙ୍ଗ ଓ ପର୍ଶନାଲ୍ ଏନ୍ୟୁଟି ପ୍ଲାନ୍ ରହିଛି । ଏଥିରେ ଅତିକମରେ ଏକ ଲକ୍ଷ ଟଙ୍କା ବିନିଯୋଗ କରି ପଲିସୀ ଆରମ୍ଭ କରିପାରିବେ । ଏହି ପଲିସୀରେ ସର୍ବାଧିକ ବିନିଯୋଗ ପାଇଁ କୌଣସି ଲିମିଟ୍ ଧାର୍ଯ୍ୟ କରାଯାଇନାହିଁ ।ଯଦି ଜଣେ ବ୍ୟକ୍ତି ଏହି ପଲିସୀରେ ଏକ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତାହେଲେ ତାଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପେନସନ୍ ମିଳିବ । ଅର୍ଥାତ ଥରେ ଏକ ଲକ୍ଷ ଟଙ୍କା ବିନିଯୋଗ କରି ବାର୍ଷିକ ୧୨ ହଜାର ଟଙ୍କା ପେନସନ ପାଇପାରିବେ । ସର୍ବାଧିକ ନିବେଶ ପାଇଁ କୌଣସି ସୀମା ନଥିବାରୁ ପଲିସୀ ଧାରକ ନିଜ ଇଚ୍ଛା ଅନୁସାରେ ବିନିଯୋଗ କରିପାରିବେ । ପେନସନ ରାଶି ବିନିଯୋଗ ରାଶି ଉପରେ ନିର୍ଭର କରିବ । ଏହି ପଲିସୀରେ ୩୫ ବର୍ଷରୁ ୮୫ ବର୍ଷ ବୟସ୍କ ଲୋକ ବିନିଯୋଗ କରିପାରିବେ । ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ଏହି ପଲିସୀର ଲାଭ ଉଠାଇପାରିବେ । ଏହି ପଲିସୀର ଏକ ଖାସ କଥା ହେଲା, ପେନସନ୍ ରାଶି କିଭଳି ପ୍ରାପ୍ତ କରିବେ ସେଥିପାଇଁ ମଧ୍ୟ ୧୦ଟି ବିକଳ୍ପ ରହିଛି ।ଜୀବନ ଅକ୍ଷୟ ପଲିସୀର Annuity payable for life at a uniform rate ବିକଳ୍ପ ଚୟନ କରି ଏହି ପଲିସୀରେ ସିଧା ନିବେଶ କରି ମାସିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ । ଉଦାହରଣସ୍ୱରୂପ, ଯଦି ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ୭୦ ଲକ୍ଷ ଟଙ୍କା ସୁନିଶ୍ଚିତ ବିକଳ୍ପ ଚୟନ କରନ୍ତି ତାହେଲେ ତାଙ୍କୁ ୭୧ ଲକ୍ଷ ୨୬ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ନିବେଶ ପରେ ତାଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା ପେନସନ ମିଳିବ । କିନ୍ତୁ ମୃତ୍ୟୁ ପରେ ଏହି ପେନସନ ବନ୍ଦ ହୋଇଯିବ । ଏଲଆଇସି ଜୀବନ ଅକ୍ଷୟ ପଲିସୀରେ ଏହିଭଳି ଅନେକ ପ୍ଲାନ ରହିଛି ।

Show More
Back to top button