ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକା ଦେବାକୁ କେନ୍ଦ୍ରକୁ ଚିଠି

ସତ୍ୟଶିଖା,(ଭୁବନେଶ୍ୱର) ୧୮.୦୩ .୨୦୨୧ :ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ  କରୋନା ଟିକା ଦିଆଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।

ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଲେଖିଥିବା ଚିଠିରେ ବିଦ୍ୟୁତ, ଜଳଯୋଗାଣ, ଏୟାରପୋର୍ଟ, ରେଲୱେ ଓ ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଟିକା ଦେବାକୁ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଜାନୁଆରୀ ୧୬ ତାରିଖରେ ଭାରତରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ କରୋନା ଯୋଦ୍ଧା ଓ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏବେ ବୃଦ୍ଧ, ବୃଦ୍ଧା ଓ ରୋଗଗ୍ରସ୍ତ ଲୋକଙ୍କୁ ଟିକା ଦିଆଯାଉଛି। ମଙ୍ଗଳବାର ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକା ଦିଆଯାଇଥିବା ଜଣାପଡିଛି।

Exit mobile version