ସତ୍ୟଶିଖା ୧୮.୦୯.୨୦୨୦ : ସୀମାକୁ ନେଇ ପୁଣି ଚାଲ୍ ଖେଳିଛି ନେପାଳ । ଚୀନ୍ ସହିତ ପୂର୍ବ ଲଦାଖରେ ବିବାଦ ଚାଲିଥିବା ବେଳେ ଉତରାଖଣ୍ଡର ପିଥୋରାଗଡକୁ ନିଜର ବୋଲି ଦର୍ଶାଇ ନୂଆ ବିବାଦ ସୃଷ୍ଟି କରିଛି ନେପାଳ । ବର୍ତମାନ ଏହି ଅଂଶ ନେପାଳରେ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି । ୩ ମାସ ତଳେ ନେପାଳ ସରକାର ଏକ ନୂଆ ମାନଚିତ୍ରକୁ ମଂଜୁରୀ ଦେଇଥିଲେ । ସେଥିରେ ଲିପୁଲେଖ, କାଲାପାନି ପରି ଭାରତର ଅଂଶକୁ ନିଜର ବୋଲି ଦାବି କରିଥିଲା ନେପାଳ । ଏବେ ପାଠ୍ୟକ୍ରମ ପୁସ୍ତକରେ ଏହାକୁ ସ୍ଥାନିତ କରି ବିବାଦକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି ନେପାଳ ।