ବୁଧବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l


ସତ୍ୟଶିଖା ୧୬/୦୭/୨୦୨୫:
ମେଷ– କର୍ମ କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ। ବ୍ୟବସାୟରେ ଅସୁବିଧା ହୋଇପାରେ। ପିତାଙ୍କଠାରୁ ଅର୍ଥ ପ୍ରାପ୍ତି କରିପାରନ୍ତି। ପ୍ରଗତିର ରାସ୍ତା ଖୋଲିଯିବ। ବିଦ୍ୟାର୍ଥୀମାନେ ଚିନ୍ତାରେ ପଡ଼ିବେ।
ବୃଷ– ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟାରେ ପଡ଼ିପାରନ୍ତି। ମନ ଅସୁବିଧାରେ ପଡ଼ିବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ଆୟ ମଧ୍ୟ ବୃଦ୍ଧି ପାଇବ। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ।
ମିଥୁନ– ଶାରୀରିକ କଷ୍ଟ ଅନୁଭବ କରିବେ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ। ଆୟ ବୃଦ୍ଧି ପାଇବ। ପରିଶ୍ରମ ଅଧିକ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ।
କର୍କଟ– ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ। ବିଦେଶ ଭ୍ରମଣ ଯୋଗ ରହିଛି। କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ।
ସିଂହ– ଘାତ ଚନ୍ଦ୍ର ଯୋଗୁ ମନ ଅଶାନ୍ତ ରହିବ। ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ ।
କନ୍ୟା– ମନ ଖୁସି ରହିବ। ତଥାପି ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରର ସମର୍ଥନ ପାଇବେ। କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଲାଭବାନ ହେବେ।
ତୁଳା– ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ। କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିବ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଅସୁବିଧା ହୋଇପାରେ, ସତର୍କ ରୁହନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।
ବିଛା– କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଲାଭ ସୁଯୋଗ ମିଳିବ। ଯାନବାହାନ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।
ଧନୁ– କାର୍ଯ୍ୟରେ ବିଳମ୍ବ ହେବ, ତଥାପି ବ୍ୟସ୍ତ ନହୋଇ ଶାନ୍ତ ରୁହନ୍ତୁ । ପ୍ରଗତି ପାଇଁ ସୁଯୋଗ ମିଳିପାରିବ । ଆୟ ବୃଦ୍ଧି ପାଇବ। କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ। ଲାଭ ଯୋଗ ରହିଛି।
ମକର– ମକର ରାଶିରେ ଶ୍ରୀଚନ୍ଦ୍ର ଯୋଗୁ ମନ ଶାନ୍ତ ରହିବ ବୈବାହିକ ସୁଖ ବୃଦ୍ଧି ପାଇବ। ଚାକିରିରେ ବିଦେଶ ଯିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କୁମ୍ଭ– ଅଯଥା ଧନ କ୍ଷୟର ଯୋଗ ରହିଛି। ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ। ମନ ବିଚଳିତ ହୋଇପାରେ। ନିଜ ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ। ସନ୍ତାନଙ୍କ ପାଇଁ ଚିନ୍ତା ବଢ଼ିପାରେ ।
ମୀନ– ଉତ୍ତମ ଆୟର ଯୋଗ ରହିଛି। ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ସଂଯମ ରୁହନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ। ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ।