ମଙ୍ଗଳବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୨୬/୦୮/୨୦୨୫:

ମେଷ–ନୂଆ କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ସୁଖ ଓ ଶାନ୍ତିର ପରିବେଶ ରହିବ । ବ୍ୟବସାୟରେ ଅପେକ୍ଷାକୃତ ଲାଭ ମିଳିବ। ପ୍ରେମ ଜୀବନରେ ଆନନ୍ଦ ଓ ମଜବୁତ ସମ୍ପର୍କ ଦେଖାଯିବ। ସନ୍ତାନଙ୍କ ପକ୍ଷରୁ ଶୁଭ ସମ୍ବାଦ ମିଳିପାରେ । ସାଙ୍ଗମାନଙ୍କ ସହିତ ମିଳନରେ ମନ ଖୁସି ହେବ।

ବୃଷ– ଧନଲାଭ ସହିତ ନୂଆ ସୁଯୋଗର ଆଗମନ। ବ୍ୟବସାୟୀଙ୍କ ପାଇଁ ଦିନ ଉନ୍ନତିଦାୟକ। ପରିବାରରେ ଶୁଭ କାର୍ଯ୍ୟର ସୂଚନା ମିଳିପାରେ। ସନ୍ତାନଙ୍କ ପାଇଁ ଶୁଭ ସମୟ। ଶିକ୍ଷାରେ ସଫଳତା, ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ– କିଛି କାର୍ଯ୍ୟରେ ବାଧା ଆସିପାରେ। ପାରିବାରିକ କଥାରେ ତର୍କ-ବିତର୍କ ହୋଇପାରେ। ବ୍ୟବସାୟରେ ଅପେକ୍ଷିତ ଲାଭ ବିଳମ୍ବରେ ଆସିବ। ଧନ ସମ୍ପର୍କୀୟ ଚିନ୍ତା ବଢ଼ିପାରେ। ପ୍ରେମ ସମ୍ପର୍କରେ ଅଶାନ୍ତି। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ। ଧୈର୍ଯ୍ୟ ଧରିଲେ ସମସ୍ୟା କମିବ।

କର୍କଟ– ପରିବାରରେ ସୁଖ-ଶାନ୍ତିର ପରିବେଶ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ସନ୍ତାନଙ୍କ ପକ୍ଷରୁ ଖୁସିର ସୂଚନା। ଶିକ୍ଷାରେ ମନୋବଳ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ଯାତ୍ରାରେ ସୁବିଧା। ପ୍ରେମଜୀବନରେ ଆନନ୍ଦ ରହିବ।

ସିଂହ– ପଦୋନ୍ନତି ବା ପ୍ରଶଂସାର ସୁଯୋଗ ରହିଛି । ପରିବାରରେ ଖୁସି ଓ ସମ୍ମାନ ରହିବ । ବ୍ୟବସାୟରେ ଲାଭ ରହିଛି । ପ୍ରେମ ଜୀବନରେ ନୂଆ ଆରମ୍ଭ ହେବ। ଯାତ୍ରାରୁ ଲାଭ ମିଳିବ।

କନ୍ୟା– ଦିନଟି ଅତ୍ୟନ୍ତ ଶୁଭ ରହିବ । ପରିବାରରେ ଖୁସିର ମାହୋଲ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା, ବ୍ୟବସାୟରେ ବିଶେଷ ଲାଭ ମିଳିବ। ସନ୍ତାନଙ୍କ ପକ୍ଷରୁ ଶୁଭ ସମ୍ବାଦ ପାଇବେ ।

ତୁଳା– କାର୍ଯ୍ୟରେ ବିଳମ୍ବ ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ, କିନ୍ତୁ ଚିନ୍ତା ବଢ଼ିବ। ଧୈର୍ଯ୍ୟ ଧସମସ୍ୟା କମିବ।

ବିଛା– ଦିନ ସାଧାରଣତଃ ଶୁଭ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ଖୁସି ସହ ବ୍ୟବସାୟରେ ଧନଲାଭ ରହିବ। ସ୍ୱାସ୍ଥ୍ୟ ଭଲ ରହିବ, ସମ୍ମାନ ବଢ଼ିବ।

ଧନୁ– ଯାତ୍ରାର ଯୋଗ ରହିଛି। କାର୍ଯ୍ୟରେ କିଛି ସୁବାର୍ତ୍ତା ମିଳିବ। ପରିବାରରେ ଶୁଭ କାର୍ଯ୍ୟ କରିବେ । ବ୍ୟବସାୟରେ ଲାଭ ମିଳିବ। ପ୍ରେମ ଜୀବନରେ ଆନନ୍ଦ ମିଳିବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ସନ୍ତାନଙ୍କ ପକ୍ଷରୁ ସୁଖବର।

ମକର– କାର୍ଯ୍ୟକ୍ଷେତ୍ରରେ ଉନ୍ନତି ରହିଛି । ବ୍ୟବସାୟରେ ବୃଦ୍ଧି, ପରିବାରରେ ଖୁସି ରହିବ। ପ୍ରେମଜୀବନରେ ମଧୁରତା ଆସିବ । ସମ୍ମାନ ବଢ଼ିବ।

କୁମ୍ଭ– କାର୍ଯ୍ୟରେ ବାଧା ଆସିପାରେ। ପରିବାରରେ କିଛି ତର୍କ ହୋଇପାରେ । ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । ଧନ ଖର୍ଚ୍ଚ ଅଧିକ ହେବ। ପ୍ରେମଜୀବନରେ ଅଶାନ୍ତି ଦେଖାଦେଇପାରେ। ଧୈର୍ଯ୍ୟ ଓ ସତର୍କତା ଆବଶ୍ୟକ।

ମୀନ– ଦିନରେ ସଫଳତା ମିଳିବ। ପରିବାରରେ ଖୁସି ରହିବ । ବ୍ୟବସାୟରେ ଧନଲାଭର ଯୋଗ ରହିଛି । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ସାମାଜିକ ସମ୍ମାନ ବଢ଼ିବ ।

Exit mobile version