ମଙ୍ଗଳବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l


ସତ୍ୟଶିଖା ୧୨/୦୮/୨୦୨୫:
ମେଷ– କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ୱ ଓ ଅବସର ମିଳିବ। ଜଣେ ବୃଦ୍ଧ ବ୍ୟକ୍ତି ଆପଣଙ୍କୁ ପ୍ରେରଣା ଦେଇପାରନ୍ତି। ଯାତ୍ରା ସମ୍ଭାବନା ଅଛି। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କୁ ଭଲ ଫଳ ଦେବ। ଅନାବଶ୍ୟକ ଅହଙ୍କାରରୁ ଦୂରେଇ ରୁହନ୍ତୁ।
ବୃଷ– ଧନ ଲାଭ ହେବ, ଯାହା ଆପଣଙ୍କ ପରିବାରିକ ଆବଶ୍ୟକତା ପୂରଣ କରିବ। କୌଣସି ପୁରୁଣା ଧନ ଫେରିପାରେ। ବ୍ୟବସାୟରେ ନୂତନ ଯୋଜନା ଲାଗୁ କରିବା ପାଇଁ ଶ୍ରେଷ୍ଠ ସମୟ। ଅନ୍ୟ ଉପରେ ଅତ୍ୟଧିକ ଭରସା କରିବାରୁ ବଞ୍ଚନ୍ତୁ। ମନ ଶାନ୍ତି ପାଇଁ ସନ୍ଧ୍ୟାବେଳେ ଧ୍ୟାନ କରନ୍ତୁ।
ମିଥୁନ– ଚନ୍ଦ୍ର ନିଜ ରାଶିରେ ଥିବାରୁ ଏହି ଦିନ ଅତ୍ୟନ୍ତ ଶୁଭ। ନୂତନ ଅନୁଭବ, ବୃଦ୍ଧି, ଓ ଅନେକ ଅବସର ଆସିପାରେ। ଆତ୍ମବିଶ୍ୱାସ ବଢ଼ିବ ଓ ଜଣେ ବୃଦ୍ଧ ବ୍ୟକ୍ତିଠୁ ଅନୁଗ୍ରହ ମିଳିପାରେ। ଆର୍ଥିକ ଓ ବ୍ୟବସାୟିକ ଯୋଜନାରେ ଧୀର ହେବା ଆବଶ୍ୟକ।
କର୍କଟ– କୌଣସି ଗୁପ୍ତ ଘଟଣା ବା ପୁରୁଣା ସମସ୍ୟା ଆପଣକୁ ବ୍ୟଥିତ କରିପାରେ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଧନ ଲାଭ ଅଛି କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ମନର ଅସ୍ଥିରତାକୁ ଦୂର କରିବା ପାଇଁ ପ୍ରାଥନା କରନ୍ତୁ।
ସିଂହ– କ୍ଷେତ୍ର ଓ ବୃତ୍ତି ଉଭୟ ଦିଗରୁ ଉନ୍ନତି ହେବ। ଅଧିକାରୀଙ୍କ ପ୍ରଶଂସା ଓ ସାହାଯ୍ୟ ମିଳିପାରେ। ସଂପତ୍ତି ବା ନ୍ୟାୟିକ ମାମଲାରେ ଅନୁକୂଳ ସମାଧାନ ମିଳିପାରେ। ବନ୍ଧୁକ ସହ ସମୟ ବିତାଇବେ। ସ୍ଥିର ଧନ ବିନିଯୋଗ ପାଇଁ ଦିନ ଭଲ।
କନ୍ୟା– ସ୍ବପ୍ନକୁ ପୂରଣ କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ନୂତନ ଅବସର ମିଳିପାରେ। ଶରୀର ଥକ୍କା ଲାଗିପାରେ। ଯାତ୍ରା ଯୋଗ ଅଛି, କିନ୍ତୁ ଯାତ୍ରାରେ ସତର୍କ ରହନ୍ତୁ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ।
ତୁଳା– ନୂତନ ଜ୍ଞାନ ଆହରଣ କରିପାରିବେ। ବ୍ୟବସାୟ ଓ ଅନ୍ତଃପ୍ରେରଣାରେ ଉନ୍ନତି ହେବା ସମ୍ଭାବନା ଅଛି। କିଛି ଅପେକ୍ଷିତ କାର୍ଯ୍ୟ ଦିଗରେ ଆଗ୍ରଗତି ହେବ। ଧନ ଆଗମନ ହେଲେ ମଧ୍ୟ ଆବଶ୍ୟକ ବ୍ୟୟ ଦେଖାଯିବ। ଦୂର ଯାତ୍ରା ବା ବିଦେଶ ଯାତ୍ରା ଯୋଗ ଅଛି।
ବିଛା– ଧନ ଏବଂ ବ୍ୟବସାୟ ଜନିତ ଲାଭ ରହିପାରେ। ପ୍ରେମ ସମ୍ପର୍କ ଓ ବିବାହ ଜୀବନ ମଧୁର ହେବ। ବୃଦ୍ଧି ଓ ପଦୋନ୍ନତି ପାଇଁ ଅନୁକୂଳ ସମୟ। ଆତ୍ମବିଶ୍ୱାସ ବଢ଼ିପାରିବ ଓ ବୁଦ୍ଧିମତା ସହ କାମ କଲେ ଲାଭ ମିଳିବ। ପୂର୍ବତନ ନିଷ୍ପତ୍ତିର ଫଳ ଆସିପାରେ।
ଧନୁ– କାର୍ଯ୍ୟ ଏବଂ ସମ୍ପର୍କ ଦୁହିଁରେ ଶାନ୍ତି ଓ ଉନ୍ନତି ଦେଖାଯିବ। ଗୁରୁଙ୍କ ଆଶୀର୍ବାଦରେ କୌଣସି ଦୀର୍ଘ କାମ ପୂରଣ ହେବ। ଆର୍ଥିକ ଯୋଜନା ମଧ୍ୟ ସଫଳ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅଳ୍ପ ଦୁଃଖ ଦେଖାଯିବ, ସତର୍କ ରହନ୍ତୁ।
ମକର– କ୍ଷେତ୍ର ଓ କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଓ ଅନୁଭବର ଲାଭ ମିଳିବ। ପରିବାରରେ ଅପେକ୍ଷା ରହିଥିବା କାର୍ଯ୍ୟ ପୂରଣ ହେବ। ଅଧିକାରୀ ଓ ବୃଦ୍ଧ ବ୍ୟକ୍ତିଙ୍କ ମତ ଆପଣଙ୍କ ପାଇଁ ଲାଭକାରୀ। ଅସ୍ଥି ଓ ସ୍ନାୟୁ ସମସ୍ୟା ସତର୍କ କରିପାରେ।
କୁମ୍ଭ– ମନରେ ସନ୍ତୋଷ ଓ ଆତ୍ମବିଶ୍ୱାସ ରହିବ। ପ୍ରେମ ସମ୍ପର୍କ କିମ୍ବା ଦାମ୍ପତ୍ୟରେ ଉନ୍ନତି ଆସିପାରେ। ନୂତନ ଯୋଜନା ଆରମ୍ଭ ପାଇଁ ସଠିକ୍ ଦିନ। ଶିକ୍ଷା, ଆବିଷ୍କାର, କିମ୍ବା ପ୍ରଶିକ୍ଷଣ ଯୋଗ ଅଛି।
ମୀନ– ଅର୍ଥ ପ୍ରସଙ୍ଗ ସୁଦୃଢ଼ ହେବ। ଦାମ୍ପତ୍ୟ ଓ ପରିବାରିକ ଜୀବନ ମଧୁର ଓ ଶାନ୍ତିପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ପରାମର୍ଶ ମିଳିପାରେ। ଅନୁଷ୍ଠାନ କିମ୍ବା ପୂଜାରେ ଭାଗ ନେଲେ ମନ ଶାନ୍ତି ମିଳିବ।