ରାଶିଫଳ

ଗୁରୁବାରର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୨୪/୦୭/୨୦୨୫:

ମେଷ– ସବୁ କ୍ଷେତ୍ରରେ ଶୁଭ ହେବ । ଅଟକିଥିବା କାର୍ଯ୍ୟର ସମାପ୍ତି ଘଟିବ। ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ । ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ।

ବୃଷ– ମନରେ ଶତ୍ରୁମାନଙ୍କ ପ୍ରତି ଭୟ ଭାବ ରହିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତ । ଜୀବନ ଅସଂଗଠିତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ ।

ମିଥୁନ– କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ।

କର୍କଟ– ଦିନଟି ବାଦ ବିବାଦ ଦେଇ ଗତି କଲେ ମଧ୍ୟ ଆର୍ଥିକ ଲାଭ ହେବ। ଭ୍ରମଣର ଯୋଗ ରହିବ। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବାର ସୁଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ ।

ସିଂହ– ଦିନଟି ଉତ୍ତମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ । ବାହ୍ୟ ସ୍ଥାନରୁ ମାନ ସମ୍ମାନ ମିଳିବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ହେଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖାଦେବ। ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ ।

କନ୍ୟା– କାର୍ଯ୍ୟ କ୍ଷେତ୍ରରେ ନୂତନ କର୍ମ ସଂସ୍ଥାନ ପ୍ରାପ୍ତ ହେବ । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଚାକିରିରେ ପଦୋନ୍ନତି ହୋଇପାରେ । ଗୃହରେ ସାମାନ୍ୟ ବିବାଦ ଉପୁଜିବ। ବ୍ୟବସାୟରେ ପରିଶ୍ରମ ସାମାନ୍ୟ ଅଧିକ ରହିବ । ବିଦ୍ୟାର୍ଥୀମାନେ ଅମାନଯୋଗୀ ହେବେ ।

ତୁଳା– ତୁଳା ରାଶି ପାଇଁ ଘାତ ଚନ୍ଦ୍ର । ବ୍ୟବସାୟରେ କ୍ଷତି ହୋଇପାରେ । ଦୂର ସ୍ଥାନକୁ ଭ୍ରମଣ କରନ୍ତୁ ନାହିଁ । ଆପଣଙ୍କର ମନ ଅଶାନ୍ତ ରହିପାରେ । କିଛି କଥାକୁ ନେଇ ଆଶାବାଦୀ ହୋଇ ରହିବେ । ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ ।

ବିଛା– ଚିନ୍ତା ଗ୍ରସ୍ତ ହେବେ । ନୂତନ ଦ୍ରବ୍ୟ କିମ୍ବା ବସ୍ତୁ କ୍ରୟ କରିବେ । ସବୁ କାର୍ଯ୍ୟ ସମ୍ପାଦିତ କରିବେ। ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ । ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ।

ଧନୁ– ରାଶିକୁ ଶ୍ରୀଚନ୍ଦ୍ର ଯୋଗ ରହିଛି । ବିଶେଷ ଭାବରେ ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ଭ୍ରମଣ ଯାତ୍ରା ଶୁଭ ହେବ । ପୂର୍ବ କର୍ମର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

ମକର– ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ମନରେ ବିଷାଦ ସୃଷ୍ଟି ହେବ, ଯାହା ଆପଣଙ୍କୁ ଭଗବାନଙ୍କ ଉପରେ ଥିବା ଆସ୍ଥାକୁ ବୃଦ୍ଧି କରିବ । ମାଲିମୋକଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ପରିବାରକୁ ନେଇ ମାନସିକ ଚିନ୍ତା ବଢ଼ିବ ।

କୁମ୍ଭ– ଶରୀରରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ । ଯଶ ହାନି ହେବାର ଅନେକ ସମ୍ଭାବନା ରହିଛି । ଅନୁକୂଳ ପରିସ୍ଥିତିରେ ଯାତ୍ରା ଆରମ୍ଭ କରନ୍ତୁ । ଅଯଥା ଯୁକ୍ତି କରନ୍ତୁ ନାହିଁ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ ।

ମୀନ– ନୂତନ ଦ୍ରବ୍ୟ କ୍ରୟ କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ସର୍ବ କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ବ୍ୟବସାୟରେ ଲାଭ ଅଧିକ ରହିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ । ପରିବାରରେ ଆପଣଙ୍କ ଯୋଗୁ ଖୁସି ଆସିବ ।

Show More
Back to top button