ରାଶିଫଳ

ଗୁରୁବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୧୭/୦୭/୨୦୨୫:

ମେଷ – ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ । ମନରେ ବିଶାଦ ଭାବ ସୃଷ୍ଟି ହେବ। ଲାଗି ରହି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ । ଛାତ୍ର ଛାତ୍ରୀ ମାନେ ସଫଳତା ଅର୍ଜନ କରିବେ । ସତସଙ୍ଗରେ ମନୋନିବେଶ କରିବେ ।

ବୃଷ – ଅଯଥା ବ୍ୟୟ ହେବା ସହିତ କିଛି ଦ୍ରବ୍ୟ ମଧ୍ୟ ଆପଣ କ୍ରୟ କରିବେ। ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଉପୁଜି ପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ ।

ମିଥୁନ – ସର୍ବ କାର୍ଯ୍ୟ ସିଦ୍ଧି ହେବା ସହ ମନ ପ୍ରଫୁଲ୍ଲ ରହିବ । କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ ଯାହା ଫଳ ରେ ମନ ଉତ୍ସାହିତ ରହିବ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

କର୍କଟ – କିଛି ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ ।ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ – ଅର୍ଥ ବିଷୟ ଚିନ୍ତାରେ ରହିବେ । ମାନସିକ ଅଶାନ୍ତି ଦେଖା ଦେଇ ପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ । ପ୍ରେମ ସମ୍ପର୍କ ରେ ମଧୁରତା ଆସିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀ ମାନେ ସାମାନ୍ୟ ଆମାନଯୋଗି ହେବେ ।

କନ୍ୟା – ସମ୍ମାନ ପ୍ରାପ୍ତି ର ଯୋଗ ରହିଛି। କର୍ମ ଫଳ ର ପ୍ରାପ୍ତି ହେବ । ସୁଖ ସମ୍ମାନ ଲାଭ ର ଯୋଗ ରହିଛି । ପିତାମାତାଙ୍କଠାରୁ ଆଶୀର୍ବାଦ ପାଇବେ । ଚାକିରିରେ ଭ୍ରମଣ ର ସୁଯୋଗ ରହିଛି । କିଛି ନୂତନ ଦ୍ରବ୍ୟ ଲାଭ କରି ଖୁସି ଅନୁଭବ କରିବେ ।

ତୁଳା – ଅର୍ଥ ବ୍ୟୟର ଯୋଗ ରହିଛି । ଯଶ ହାନି ମଧ୍ୟ ହୋଇ ପାରେ।ପରିବାର ଓ କର୍ମ କ୍ଷେତ୍ର ରେ ସମସ୍ୟା ଦେଖା ଦେବ । କିନ୍ତୁ ଜୀବନ ସାଥୀ ଙ୍କ ସହଯୋଗ ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ବ୍ୟବସାୟ ରେ ଏତେ ଭଲ ଫଳ ପ୍ରାପ୍ତ ହେବ ନାହିଁ ।

ବିଛା – କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଅର୍ଥ ବ୍ୟୟ ମଧ୍ୟ ହେବ । ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ । କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ ।

ଧନୁ – ମାନହାନୀ ହେବାର ସମ୍ଭାବନା ରହିଛି । ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ।

ମକର– ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି। ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

କୁମ୍ଭ – କାର୍ଯ୍ୟରେ ହାନି ଘଟିବ । ଅର୍ଥ ବ୍ୟୟ ର ଯୋଗ ରହିଛି। ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ମନ ଅସ୍ଥିର ରହିବ । ପରିବାରରେ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ବାଧା ଆସିପାରେ । ଆୟ ହ୍ରାସ ହେବ ।

ମୀନ – କର୍ମ ଫଳ ପ୍ରାପ୍ତ ହେବ । ନୂଆ ଚାକିରି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ତାହା ଫଳପ୍ରଦ ହେବ । ଶିକ୍ଷା କ୍ଷେତ୍ର ରେ ମାନସିକ ବିକାଶ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

Show More
Back to top button