ଗୁରୁବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୧୪/୦୮/୨୦୨୫:

ମେଷ– ରାଶିକୁ ନବମ ଚନ୍ଦ୍ର ଚାକିରିରେ ପ୍ରଶଂସା ଯୋଗ ରହିଛି । ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନର ବାଟ ଦେଖାଯିବ । ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମାହୋଲ ରହିବ ।

ବୃଷ – ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

ମିଥୁନ – ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ଶାରୀରିକ ଓ ମାନସିକ ଖୁସି ମିଳିବ । ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପତ୍ନୀଙ୍କ ସହ ଭ୍ରମଣ ଓ ବନ୍ଧୁ ମିଳନ ହେବାର ସମ୍ଭାବନା ରହିଛି ।

କର୍କଟ – କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

ସିଂହ – ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତା ଗ୍ରସ୍ଥ ହୋଇ ପାରନ୍ତି । ଖାଦ୍ୟରେ ନିୟନ୍ତ୍ରଣ ରଖନ୍ତୁ ।ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ପାରେ ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବା ।ପ୍ରେମ ସମ୍ପର୍କ ନିବିଡ଼ ହେବ ।

କନ୍ୟା– କିଛି ଆଶା ର ପୂରଣ ନ ହୋଇ ପାରିବାରୁ ମନ ବ୍ୟକୁଳିତ ହୋଇ ପାରେ । ମନରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ । ନିଜର ଜରୁରୀ ବସ୍ତୁ ଆପଣ କ୍ରୟ କରି ପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରି ପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇ ପାରେ ।

ତୁଳା– ଘାତ ଚନ୍ଦ୍ର ଯୋଗୁଁ ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ରେ ବିଳମ୍ବ ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତ ରେ ସମୟ କରିବେ । ମୁଣ୍ଡ ବିନ୍ଧା ଭଳି ରୋଗ ଦେଖା ଦେଇ ପାରେ । ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି। ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।

ବିଛା– ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତି । ବନ୍ଧୁ ମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କାଟିବ । ବ୍ୟବସାୟୀ ମାନେ ଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ଲାଭ ଯୋଗ ଅଛି । ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ ।

ଧନୁ– ଶ୍ରୀ ଚନ୍ଦ୍ର ରହିଥିବାରୁ ଧର୍ମ ଭାବନା ଜାଗ୍ରତ ହେବ । ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କର୍ମ କ୍ଷେତ୍ର ରେ ଉତ୍ତମ ଯୋଜନାର ଆରମ୍ଭ ହେବ ।

ମକର– ଶାରୀରିକ ଓ ମାନସିକ ବିକାଶ ହେବ । ଆତ୍ମ ବିଶ୍ୱାସୀ ହେବେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ। ଧର୍ଯୋବାନ ହେବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନ ରେ କିଛି କୁ ପ୍ରଭାବ ପଡ଼ି ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

କୁମ୍ଭ – ଉତ୍ତମ ଆୟର ଯୋଗ ରହିଛି । କର୍ମ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ପୁନଃ ଆରମ୍ଭ କରିବେ । ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

ମୀନ – କର୍ମ ଚଞ୍ଚଳ ହେବେ । ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ ।

Exit mobile version