ରାଶିଫଳ

ବୁଧବାର ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା : ୨୬/୦୩/୨୦୨୫:

ମେଷ- ଦଶମ ଚନ୍ଦ୍ର ରହିଥିବାରୁ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। କ୍ୟାରିୟରକୁ ଆଗକୁ ନେବା ପାଇଁ ଦିନଟି ବହୁତ ଭଲ ରହିଛି। ରୋଜଗାରରେ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ବୃଷ- ରାଶି ପାଇଁ ନବମ ଚନ୍ଦ୍ର ଏବଂ ଶୁକ୍ଳ ପକ୍ଷ ହୋଇଥିବାରୁ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଧନ ଲାଭର ଯୋଗ ରହିଛି। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଉଚ୍ଚସମ୍ମାନର ଅଧିକାରୀ ହେବେ। ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ- ପର ଚର୍ଚ୍ଚାରେ ସମୟ ଅତିବାହିତ କରିବେ। ମାନ ହାନି ହୋଇପାରେ। ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ। ଛାତ୍ରଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

କର୍କଟ- ଉଚ୍ଚ ପଦପଦବୀରେ ସମ୍ମାନିତ ହେବେ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଅଟକିଥିବା କାର୍ଯ୍ୟର ପୁନରାରମ୍ଭ ହେବ। ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳ ହେବେ ।

ସିଂହ- ଦିନଟି ବହୁତ ଭଲ ରହିଛି। ବ୍ୟବସାୟରେ ଖ୍ୟାତି ଓ ଉନ୍ନତି ମିଳିବ। ନିଜ କର୍ମକୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ। ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ। ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନଙ୍କର ଭ୍ରମଣ ଯୋଗ ରହିଛି ।

କନ୍ୟା- ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି ।

ତୁଳା- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଉନ୍ନତି ଯୋଗ ରହିଛି। ସଭାରେ ସମ୍ମାନିତ ହେବେ। ପ୍ରେମ ସମ୍ପର୍କରେ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ ।

ବିଛା- ଦିନଟି ବହୁତ ଭଲରେ କଟିବ। ସେବା ପୂଜାରେ ମନୋ ନିବେଶ କରିବେ। ଚାକିରି ପ୍ରଶଂସା ମିଳିବ । ପାରିବାରିକ ଜୀବନ ସାମାନ୍ୟ ରହିବ । ବ୍ୟବସାୟରେ ଧୀର ପ୍ରଗତି ହେବ। ବନ୍ଧୁଙ୍କ ସହ ଭ୍ରମଣ ଯୋଗ ରହିଛି। ନୂଆ ସଂପତ୍ତି କ୍ରୟ କରିବେ ।

ଧନୁ- ଦ୍ଵିତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଭଲ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି। ଆୟର ଯୋଗ ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ ।

ମକର- ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ । ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ ।

କୁମ୍ଭ- ଦିନଟିରେ ସାମାନ୍ୟ କଳହ ଯୋଗ ରହିବ। ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ ହେବ। ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ମୀନ- ଏକାଦଶ ଚନ୍ଦ୍ର କାଳ ଭୋଗ ହେଉଥିବାରୁ ଭାଗ୍ୟର ସହଯୋଗ ମିଳିବ। ବାକିଥିବା କାର୍ଯ୍ୟ ସମାପ୍ତ ହେବ ରାଜନୀତିରେ ନୂଆ ଆଶା ଦେଖା ଦେବ। ମିତ୍ରଙ୍କ ସହ ଭ୍ରମଣରେ ଯାଇପାରନ୍ତି । ବ୍ୟବସାୟରେ  ଅଧିକ ଲାଭ ମିଳିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ ।

Show More
Back to top button