ସତ୍ୟଶିଖା :୧୫/୦୫/୨୦୨୫:
ମେଷ – ଦୂର୍ବଳମନା ହୋଇ ପାରନ୍ତି । କର୍ମକ୍ଷେତ୍ରରେ ବିରୋଧା ଭାବ ଦେଖା ଦେବ । ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ । ପରିବାର ଲୋକଙ୍କ ଠାରୁ ଖୁସି ର ବାର୍ତ୍ତା ମିଳିବ । ବ୍ୟବସାୟରେ ଏତେ ଲାଭ ହେବ ନାହିଁ । ପାରିବାରିକ ସମ୍ପର୍କ ସୁଦୃଢ ହେବ ।
ବୃଷ– ସେବା ପୂଜାରେ ମନୋନିବେଶ କରିବେ । ବ୍ୟବସାୟୀ ମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା । ରୋଜଗାରର ନୂଆ ପନ୍ଥା ଆପଣଙ୍କୁ ଦେଖା ଦେବ । ପଥ ରୋଧ ହେବାର ସମ୍ଭାବନା ରହିଛି ।
ମିଥୁନ – ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନ୍ୟିଆନ୍ତ୍ରଣ ରେ ରଖନ୍ତୁ। ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।
କର୍କଟ – ଆଶାନୁରୂପ ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ର ଆଜି ସମୂଳ ସମାଧାନ ହେବ । ରାଜନୈତିକ କ୍ଷେତ୍ର ଟି ଆଜି ଆପଣଙ୍କ ପାଇଁ ବହୁତ୍ ଶୁଭ ଦାୟକ ରହିଛି । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।
ସିଂହ – କର୍ମ ଚଞ୍ଚଳ ହେବେ । ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ରେ ମନୋନିବେଶ କରିବେ । କର୍ମ କ୍ଷେତ୍ର ରେ କିଛି ଲାଭ ଦାୟକ ପ୍ରୟାସ କରିବେ । ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।
କନ୍ୟା– ସେବାପୂଜା ମନୋନିବେଶ କରିବେ । ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇ ପାରେ । କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ । ଅଟକି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ । ଚାକିରିରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ପାଠ ରେ ମନଯୋଗ ଦେବେ ନାହିଁ ।
ତୁଳା – ଗୃହରେ ଲାଗି ରହିଥିବା ସମସ୍ୟା ର ଆଜି ସମାଧାନ ଖୋଜିବେ । ଶରୀର ପୀଡା ରହିବ ।ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।
ବିଛା – କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁ ଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।
ଧନୁ – ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ । ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ର ଯୋଗ ରହିଛି। ବ୍ୟବସାୟ ରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟ ରେ ମନୋନିବେଶ କରିବେ । ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ । ଶତ୍ରୁ ଭୟ ଲାଗି ରହିବ ।
ମକର – କର୍ମ କ୍ଷେତ୍ରରେ ନିଜକୁ ସଞ୍ଜତ କରି ରଖିବାକୁ ଚେଷ୍ଟା କରନ୍ତୁ । ସ୍ବାସ୍ଥ୍ୟବସ୍ଥା ରେ ସାମାନ୍ୟ ଅବନତି ଘଟିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନ ଟି ଅନୁକୂଳ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରିବେ । କିଛି କାର୍ଯ କୁ ନେଇ ଚିନ୍ତା ଗ୍ରସ୍ତ ହେବ ।
କୁମ୍ଭ – ଦିନଟିରେ ଆପଣ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ ହେଲେ ମଧ୍ୟ ପ୍ରତିବାଦର ଶିକାର ହେବେ । ମନୋବଳ ଦୃଢ଼ ରହିବ । ବନ୍ଧୁ ମାନଙ୍କ ସହ ସମୟ ଅତିବାହିତ କରିବେ । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ ।
ମୀନ – ପରିଶ୍ରମ ଅଧିକ ରହିବ । ଚାକିରି କ୍ଷେତ୍ର ରେ ସମ୍ମାନ ଓ ପଦୋନ୍ନତି ର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟ ରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଅମନଯୋଗି ହୋଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।