ଗୁରୁବାର ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l


ସତ୍ୟଶିଖା : ୧୦/୦୪/୨୦୨୫:
ମେଷ– ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ପ୍ରତିରୋଧର ଶିକାର ହେବେ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ ।
ବୃଷ– ଦିନଟିରେ ସେବା ପୂଜାରେ ମନୋନିବେଶ କରିବେ । ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ। ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ– ନିବେଶ କରିଥିବା ଧନରୁ ବହୁତ ଲାଭ ପାଇପାରିବେ। ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ଼ ହେବ । କୌଣସି ସ୍ଥାନକୁ ଭ୍ରମଣର ଯୋଗ ମଧ୍ୟ ରହିଛି ।
କର୍କଟ– ଦ୍ଵିତୀୟ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରିପାରନ୍ତି । ମହିଳାମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।
ସିଂହ– ସିଂହ ରାଶି ପାଇଁ କଲ୍ୟାଣୀ ଚନ୍ଦ୍ର ବା ଶ୍ରୀ ଚନ୍ଦ୍ର ତେଣୁ ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।
କନ୍ୟା– ଦ୍ଵାଦଶ ଚନ୍ଦ୍ର କାରଣରୁ ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହର ପୂର୍ଣ୍ଣଚ୍ଛେଦ ପଡ଼ିବ।
ତୁଳା– ଦେଇଥିବା ଧନ ରାଶି ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏକାଦଶ ଚନ୍ଦ୍ର ରହିଥିବାରୁ ସର୍ବ କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୃଢ଼ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।
ବିଛା– ସର୍ବ କାର୍ଯ୍ୟରେ ସିଦ୍ଧି ଯୋଗ ରହିଛି । ଯାତ୍ରା କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ ।
ଧନୁ– ଖର୍ଚ୍ଚାନ୍ତ ହେବେ । ଆତ୍ମବିଶ୍ୱାସର ଅଭାବ ହେବ ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ବିଦ୍ୟାର୍ଥୀମାନେ ବହୁ ପରିଶ୍ରମରେ ଅଳ୍ପ ଫଳ ପ୍ରାପ୍ତ କରିବେ ।
ମକର– ବ୍ୟୟ ଅଧିକ ହେବ । ଉଧାର ଦିଅନ୍ତୁ ନାହିଁ । ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ । ନୂତନ ସ୍ଥାନକୁ ଯାଇପାରନ୍ତି। ବିବାଦୀୟ ପରିସ୍ଥିତି ଉପୁଜିପାରେ । ବୈବାହିକ ଜୀବନ ଜଂଜାଳ ମୟ ହେବ । ଛାତ୍ରଛାତ୍ରୀମାନେ ଅବହେଳିତ ହେବେ ।
କୁମ୍ଭ– ସପ୍ତମ ଚନ୍ଦ୍ର ରହିଥିବାରୁ ଅଧିକ ଆୟର ଯୋଗ ରହିଛି । ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଥିଲେ ବି ହୋଇପାରିବେ ନାହିଁ ।
ମୀନ– ଷଷ୍ଠ ଚନ୍ଦ୍ର ଯୋଗୁ ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ପରିଶ୍ରମ ଅଧିକ ହେବ । ଆକସ୍ମିକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ । ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ।