ରାଶିଫଳ

ଶନିବାର ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା :୧୭/୦୫/୨୦୨୫:

ମେଷ– କୌଣସି ସ୍ଥାନରେ ପରାଜୟ ହାସଲ କରିପାରନ୍ତି । ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି । ଯାନବାହାନ କ୍ରୟ କରିପାରନ୍ତି ।

ବୃଷ– କରିଥିବା ଭଲ କର୍ମର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ ।ଅଟକି ରହିଥିବା ଧନ ପ୍ରାପ୍ତ ହେବ ।ମନ ପ୍ରଫୁଲ୍ଲ ରହିବ।

ମିଥୁନ– ଦୁଶ୍ଚିନ୍ତା ଗ୍ରସ୍ତ ହୋଇ ରହିବେ । ଆର୍ଥିକ ବ୍ୟୟ ହେବ । ବହୁ ପରିଶ୍ରମରେ ଅଳ୍ପ ଲାଭ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ।ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

କର୍କଟ– ଶ୍ରୀ ଚନ୍ଦ୍ର ହେତୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ ।ଦିନଟି ଖୁସିରେ କଟିବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ । ଚାକିରିରେ ଚାପ ବୃଦ୍ଧି ପାଇପାରେ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ  ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

ସିଂହ– ପଥରୋଧ ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ବ୍ୟୟରେ ପଡ଼ିପାରନ୍ତି । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗିପାରେ ।

କନ୍ୟା– ମନ ପ୍ରସନ୍ନ ରହିବା ସହ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।ଅଯଥା କଳହ କରନ୍ତୁ ନାହିଁ । ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ ।ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶା ଅନୁସାରେ ଫଳ ପ୍ରାପ୍ତି ହେବ ।

ତୁଳା– କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଲାଗି ରହିଥିବା ବିବାଦର ସମାଧାନ ହେବ। ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।ଯାତ୍ରା ଶୁଭ ହେବ । ବିଦ୍ୟାର୍ଥୀମାନେ କର୍ମ ଫଳ ପ୍ରାପ୍ତ କରିବେ ।

ବିଛା– ମନରେ ବିଷାଦ ସୃଷ୍ଟି ହୋଇପାରେ ।ଈଶ୍ୱର ବିଶ୍ୱାସୀ ହେବେ । ମନ୍ଦିରକୁ ଦେବ ଦର୍ଶନ ନିମନ୍ତେ ଯାତ୍ରା କରିବେ । କିଛି ପୁରୁଣା ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି ।ବ୍ୟବସାୟ ମଧ୍ୟମ ହେବ।ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ଧନୁ– ପେଟ ଜନିତ ସମସ୍ୟା ଦେଖା ଦେବ । ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇପାରେ । ଆର୍ଥିକ ବ୍ୟୟ ହେବ । ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନ ଅସୁବିଧାରେ ପଡ଼ିବ । ଆତ୍ମବିଶ୍ୱାସର ଅଭାବ ହେବ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ ।

ମକର– ଭୋଗ ବିଳାସରେ ଦିନଟି କଟିବ ।ସର୍ବ କାର୍ଯ୍ୟ ସିଦ୍ଧି ହେବ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

କୁମ୍ଭ– ଦୁଃସାହସିକ ପଦକ୍ଷେପ ନେବେ । ବ୍ୟବସାୟରେ ଲାଭ ହେବ । ମନ ପ୍ରଫୁଲ୍ଲ ରହିବ ।ବନ୍ଧୁ ମାନଙ୍କ ସହ ସମୟ କାଟିବେ । ବିବାହ ପ୍ରସ୍ତାବ ଆସିବ । ବିଦ୍ୟାର୍ଥୀ ମାନେ ପାଠରେ ଅଧିକ ମନୋନିବେଶ କରିବେ।

ମୀନ– ଆତ୍ମ ସଂଯମ ହୋଇ କାର୍ଯ୍ୟ କରନ୍ତୁ । ଅର୍ଥ ବିଷୟକ ଚିନ୍ତା ବୃଦ୍ଧି ପାଇବ । ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ।

Show More
Back to top button