ଶନିବାର ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l


ସତ୍ୟଶିଖା :୦୩./୦୫/୨୦୨୫:
ମେଷ– ତୃତୀୟ ଚନ୍ଦ୍ର ଯୋଗୁ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ନୂତନ ଜ୍ଞାନ ଆହରଣର ସୁଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀମାନେ ସମୟର ଦୁରୁପଯୋଗ କରିବେ।
ବୃଷ– ଲୋଭରେ ପଡ଼ି ଭୁଲ କରିବେ। ହେଲେ ମଧ୍ୟ କିଛି ଖୁସି ଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ। ନୂତନ ନିର୍ମାଣ ପାଇଁ ଦିନଟି ଶୁଭଦାୟକ ରହିଛି। ବିଦ୍ୟାର୍ଥୀମାନେ ନୂତନ ପ୍ରୟାସ କରିବେ ।
ମିଥୁନ– ରାଶିକୁ ଶ୍ରୀ ଚନ୍ଦ୍ର। ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି। କାର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କଟିବ। ପରିବାରରେ ସମସ୍ତ ଆବଶ୍ୟକତା ପୂରଣ କରିବେ।
କର୍କଟ– ଅଧିକ ପରିଶ୍ରମ ହୋଇପାରେ । ଜାଣିବାର ଇଚ୍ଛା କିଛି ନୂଆ ବାଟ ଦେଖାଇବ। ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିଛି । କର୍ମ କ୍ଷେତ୍ରରେ ଉନ୍ନତି ଯୋଗ ଅଛି। ପରିବାର ସହ ନିଜକୁ ମଧ୍ୟ ସମୟ ଦେବେ। ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ।
ସିଂହ– ସବୁ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ। ଧନ ଲାଭର ଯୋଗ ଅଛି। ପରିବାର ସହ ସମୟ କାଟିବେ। କର୍ମ କ୍ଷେତ୍ରରେ ପରୋପକାର କରି ସମ୍ମାନିତ ହେବେ। ମନରେ ଉଦାରତା ରହିବ।
କନ୍ୟା– କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ଯୋଗ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।
ତୁଳା– ଦୂର ଯାତ୍ରା କରିବାର ଯୋଗ ରହିଛି। ଦିନଟି ବ୍ୟସ୍ତ ବହୁଳ ରହିବ। ଅର୍ଥ ପ୍ରାପ୍ତିର ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ନିଜକୁ ଅପ୍ରସ୍ତୁତ ମନେ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ।
ବିଛା– ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ଛୋଟ କଥାରେ ସମସ୍ୟା ଉପୁଜିବ। ଅବଶ୍ୟ ଧନପ୍ରାପ୍ତିର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।
ଧନୁ– ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ। ଭାବିଚିନ୍ତି ଅର୍ଥ କାରବାର କରନ୍ତୁ। ପ୍ରେମ ସମ୍ପର୍କ ଗଭୀର ହେବ। ବିଦ୍ୟାର୍ଥୀମାନେ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ କ୍ଷତି ସହିବେ। ନିଜ କାର୍ଯ୍ୟ ଦ୍ଵାରା ପ୍ରଶଂସିତ ହେବେ।
ମକର– ଭାଗ୍ୟର ସାଥ ମିଳିବ। ନିହାତି ଭାବରେ ଶୁଭ ସମାଚାର ପ୍ରାପ୍ତ ହେବ। ଉଧାର ଦେଇଥିବା ଧନ ଫେରିପାଇବେ। ମନ ପ୍ରସନ୍ନ ରହିବ। ପରିବାର ସହ ସମୟ ଅତିବାହିତ କରିବେ। ବୌଦ୍ଧିକ କାର୍ଯ୍ୟରେ ବାଧା ଉପୁଜିପାରେ ।
କୁମ୍ଭ– ବନ୍ଧୁଙ୍କ ସାହାଯ୍ୟ ମିଳିବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ଜୀବନସାଥିଙ୍କ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। କୌଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ।
ମୀନ– ବନ୍ଧନ ଯୋଗ ରହିଛି। ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରଭାବିତ ହେବେ। ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବାହ୍ୟ ଲୋକଙ୍କ ପାଇଁ ପରିବାରରେ ସମସ୍ୟା ଦେଖାଦେବ ।