ନ୍ୟୁଜ୍ରାଜନୀତିରାଜ୍ୟ

ଦମୟନ୍ତୀ ସିଏମ୍‌ସି ଡେପୁଟୀ ମେୟର୍‌

ସତ୍ୟଶିଖା(କଟକ )୦୭.୦୪.୨୦୨୨ :  ଆଜି କଟକରେ ସିଏମ୍‌ସି ଡେପୁଟୀ ମେୟର ପାଇଁ ନିର୍ବାଚନ ହୋଇଥିବା ବେଳେ ଦମୟନ୍ତୀ ମାଝୀ ବିଜୟୀ ହୋଇଛନ୍ତି । ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପ୍ରାର୍ଥୀ ଭରିଥିବା ବେଳେ ନିର୍ଦ୍ଦାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଫଳରେ ଦମୟନ୍ତୀଙ୍କୁ ନିଦ୍ୱର୍ନ୍ଦ୍ୱରେ ବିଜୟୀ ଘୋଷଣା କରାଯାଇଛି । ତେବେ ପୂର୍ବାହ୍ଣରେ ନିର୍ବାଚନ ପୂର୍ବରୁ ବିଜେଡି ନିର୍ବାଚନ ନିୟମ ଭଙ୍ଗ କରିବା ଅଭିଯୋଗ କରି ଉଭୟ ବିଜେପି ଓ କଂଗ୍ରେସ କର୍ପୋରେଟର୍‌ମାନେ ସହିଦ ଭବନ କକ୍ଷ ତ୍ୟାଗ କରିଥିଲେ । ଅବଜର୍ଭର୍‌ଙ୍କୁ ଦେଖାଇ ଉଭୟ ଦଳର କର୍ପୋରେଟର୍‌ମାନେ କକ୍ଷ ତ୍ୟାଗ କରିଥିବାରୁ ବିଜେଡି ଏହାକୁ କଡ଼ା ନିନ୍ଦା କରିଥିଲା ।
ତେବେ ୨୧ ବର୍ଷୀୟ ଦମୟନ୍ତୀ ମାଝୀ ଜଣେ ଆଦିବାସୀ ସମ୍ପ୍ରଦାୟର ଯୁବତୀ ହୋଇଥିବା ବେଳେ ତାଙ୍କ ଘର କଟକ ବାଲିସାହି ବସ୍ତିରେ ଏବଂ ସେ ରେଭେନ୍ସା ୟୁନିଭର୍ସିଟିରେ ଏମ୍‌କମ୍ ପଢ଼ୁଛନ୍ତି । ସୂଚନାଯୋଗ୍ୟ ଯେ, ସିଏମ୍‌ସି ମେୟର୍ ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ସୁବାଷ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Show More
Back to top button