ସତ୍ୟଶିଖା : ୦୭/୦୪/୨୦୨୫:
ମେଷ – ନିବେଶ କରିଥିବା ଧନରୁ ଆପଣ ଆସନ୍ତାକାଲି ବହୁତ ଲାଭ ପାଇ ପାରିବେ । ପରିବାରରେ ସାମାନ୍ୟ କଳହ ଯୋଗ ରହିବ । ପରିବାରରେ କାହାର ବି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ
ବୃଷ – କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇ ପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ। ସ୍ବାସ୍ଥ୍ୟ ରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କରେ ଉନ୍ନତି ଘଟିବ। ଛାତ୍ରଛାତ୍ରୀ ମାନେ ଫଳକୁ ନେଇ ଉତ୍ସାହିତ ରହିବେ ।
ମିଥୁନ – କିଛି ଶାରୀରିକ ସମସ୍ୟା ଦେଖା ଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବା । କର୍ମ କ୍ଷେତ୍ରରେ ଆଳସ୍ୟ ଦେଖା ଦେବ ।ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବହୁତ ଲାଭ ଦାୟକ ରହିଛି । ଚାଷୀ ମାନେ ଉପଯୁକ୍ତ ପରିଶ୍ରମର ମୂଲ୍ୟ ପାଇବେ ।
କର୍କଟ – କର୍କଟ ରାଶି ର ବ୍ୟକ୍ତି ବିଶେଷଙ୍କ ପାଇଁ ଶ୍ରୀ ଚନ୍ଦ୍ର ।ଦେହ ମନ ଖୁବ୍ ଭଲ ରହିବ । ପରିଶ୍ରମ ର ଫଳ ବହୁତ ଭଲ ରହିବ ।ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ । ବ୍ୟବସାୟରେ ଲାଭ ଯୋଗ ରହିଛି।
ସିଂହ – ବାହାରକୁ ଯାତ୍ରା କରିବାର ଯୋଗ ରହିଛି । ଯାତ୍ରା ସମୟରେ ଆଶୀର୍ବାଦ ନେଇ ଯାଆନ୍ତୁ । କର୍ମ କ୍ଷେତ୍ରରେ ବାଧା ଉପୁଜି ପାରେ । ଦାମ୍ପତ୍ୟ ଜୀବନରେ ମନ ମାଲିନ୍ୟ ଦେଖା ଯିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।
କନ୍ୟା – ନିଜ କର୍ମରେ ବହୁତ ବ୍ୟସ୍ତ ରହିବେ । ବିରୋଧୀ ମାନେ ଅନିଷ୍ଟ କରିବାକୁ ଚେଷ୍ଟା କରିବେ । ଘନିଷ୍ଠ ବନ୍ଧୁଙ୍କ ସହ କିଛି ସମୟ ଅତିବାହିତ କରିବେ । ଧନ ପ୍ରାପ୍ତିର ଯୋଗ ରହିଛି । ଛାତ୍ର ଛାତ୍ରୀ ମାନେ ବିଶେଷ ଉପକୃତ ହେବେ ।
ତୁଳା – କର୍ମ କ୍ଷେତ୍ରରେ ଧ୍ୟାନ ର ସହ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । କିଛି ନୂଆ ସୁଯୋଗ ଆଜି ଆପଣଙ୍କର ସୃଷ୍ଟି ହୋଇ ପାରେ ।ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ କର୍ମ ଚଞ୍ଚଳ ରହିବେ ।
ବିଛା – କର୍ମ କ୍ଷେତ୍ର ରେ ସଫଳତାର ସହ କାର୍ଯ୍ୟ କରିବେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରେମ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟରେ ସାମାନ୍ୟ ଅସୁବିଧା ଦେଖା ଦେଇ ପାରେ ।
ଧନୁ – ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଦେହ ସାମାନ୍ୟ ରୋଗଗ୍ରସ୍ତ ହୋଇ ପାରେ । ପରିବାରରେ ପତ୍ନୀଙ୍କ ସହ କଳହ ଯୋଗ ରହିଛି । ବ୍ୟବସାୟୀ ମାନେ ଏତେ ଲାଭ ପାଇବେ ନାହିଁ । ଭ୍ରମଣ ଯୋଗୁଁ ଆଳସ୍ୟ ଯୋଗ ରହିଛି ।
ମକର – ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ ।ଶାରୀରିକ ଓ ମାନସିକ ଖୁସି ମିଳିବ ।ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରିବେ ।ସ୍ବାସ୍ଥ୍ୟ ରେ କିଞ୍ଚିତ ସମସ୍ୟା ଦେଖା ଦେବ । ପତ୍ନୀ ଙ୍କ ସହ ମନ ମାଲିନ୍ୟା ହେବାର ସମ୍ଭାବନା ରହିଛି ।
କୁମ୍ଭ – କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।
ମୀନ – ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତା ଗ୍ରସ୍ତ ହୋଇ ପାରନ୍ତି । ଖାଦ୍ୟ ରେ ନିୟନ୍ତ୍ରଣ ରଖନ୍ତୁ ।ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ପାରେ ।ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବା ।ପ୍ରେମ ସମ୍ପର୍କ ନିବିଡ଼ ହେବ ।