ରାଶିଫଳ

ସୋମବାର ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା : ୨୪/୦୩/୨୦୨୫:

ମେଷ– ଘାତ ଚନ୍ଦ୍ର ରହିଥିବାରୁ ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଙ୍ଗରେ ଆଘାତ ଲାଗିପାରେ। କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଅଧିକ ପରିଶ୍ରମ ଯୋଗୁ ଆଳସ୍ୟର ବଶବର୍ତ୍ତୀ ହେବେ। ସ୍ବାସ୍ଥ୍ୟରେ ସମସ୍ୟା ଉପୁଜିବାର ସମ୍ଭାବନା ଅଛି ।

ବୃଷ– ମନ ଉତ୍ସାହିତ ରହିବ। ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ। ଭ୍ରମଣ ଯୋଗ ରହିଛି। ଆୟରେ ବୃଦ୍ଧି ହେବ ।  ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ପରୋପକାରୀ ହେବେ ।

ମିଥୁନ– ମନ ସାମାନ୍ୟ ଦୁର୍ବଳ ରହିବ। କର୍ମ କ୍ଷେତ୍ରରେ କିଛି ସମସ୍ୟା ଉପୁଜିପାରେ। ହେଲେ ମଧ୍ୟ ଦିନଟିରେ ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।

କର୍କଟ– ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି ।

ସିଂହ– କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜିପାରେ। ଯାନ ବାହନରେ ସତର୍କତା ନିହାତି ଆବଶ୍ୟକ। ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେବ। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

କନ୍ୟା– ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବର ଯଥେଷ୍ଟ ସମ୍ଭାବନା ରହିଛି। କର୍ମ କ୍ଷେତ୍ରରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ନୂଆ ଚାକିରି ଆପଣଙ୍କୁ ପ୍ରାପ୍ତ ହୋଇପାରେ ।

ତୁଳା– କର୍ମ କ୍ଷେତ୍ରରେ ନିଜ ପ୍ରାଧାନ୍ୟ ବୃଦ୍ଧି ପାଇବ। ଇଚ୍ଛା କରିଥିବା ଦ୍ରବ୍ୟ ଲାଭ କରିବେ। ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲ ଫଳ ଦେବ। ନୂଆ ବ୍ୟବସାୟ ପାଇଁ ଦିନଟି ଶୁଭ ରହିଛି। ବିଦ୍ୟାର୍ଥୀମାନେ ଦୃଢ଼ ମନା ହେବେ ।

ବିଛା– ଆର୍ଥିକ ସ୍ଥିତିରେ ଅବନତି ଘଟିବ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ଛାତ୍ରଛାତ୍ରୀମାନେ ନୂତନ ପାଠର ଆରମ୍ଭ କରିବେ। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଭ୍ରମଣ ଯୋଗୁଁ ଦ୍ୱିଧା ଅନୁଭବ କରିବେ ।

ଧନୁ– ପ୍ରତାରଣାର ଶିକାର ହୋଇପାରନ୍ତି । ଆର୍ଥିକ ବ୍ୟୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଶରୀର ପୀଡ଼ା ପରି ସମସ୍ୟା ଆପଣଙ୍କୁ ଦେଖାଦେବ। ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବନାହିଁ ।

ମକର– ଗୃହରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହେବ। ସମସ୍ତ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ। ଛାତ୍ରମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆର୍ଥିକ ବିକାଶ ମଧ୍ୟ ହେବ ।

କୁମ୍ଭ–  କର୍ମର ଫଳ ନିଶ୍ଚିନ୍ତ ପ୍ରାପ୍ତ କରିବେ।  ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଭ୍ରମଣ ର ଯୋଗ ରହିଛି ।ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି।

ମୀନ– ମନରେ ବିଷାଦ ଭାବ ସୃଷ୍ଟି ହେବ। ପରୋପକାର କରି ନିଜେ ଅସୁବିଧାରେ ପଡ଼ିପାରନ୍ତି। ଆତ୍ମ ବିଶ୍ବାସ ବଜାୟ ରଖନ୍ତୁ। ମନରେ ସାଧାରଣ ଅଶାନ୍ତି ଭାବ ଦେଖା ଦେବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଗୃହରେ ଧାର୍ମିକ କାର୍ଯ୍ୟ ହୋଇପାରେ ।

Show More
Back to top button