ସତ୍ୟଶିଖା : ୧୧/୦୪/୨୦୨୫:
ମେଷ – ଆସନ୍ତାକାଲି ମେଷ ରାଶି ପାଇଁ ଷଷ୍ଠ ଚନ୍ଦ୍ର । ଦିନଟି ରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।
ବୃଷ – ବୃଷ ରାଶି ପାଇଁ ଘାତ ଚନ୍ଦ୍ର ଯୋଗୁଁ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପରିଶ୍ରମ ଅଧିକ ହେବ ।
ମିଥୁନ – ଦିନଟି ଆଶାନୁରୂପ ଫଳ ଦେବ ନାହିଁ ।ଚାକିରି କ୍ଷେତ୍ର ରେ ମନ ହାନି ହୋଇ ପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ି ପାରେ । ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ ।କିଛି ଖୁସି ଖବର ମିଳିବ । ଯାନ ବାହାନ ରେ ସାତାକତ ନିହାତି ଆବଶ୍ୟକ ।
କର୍କଟ – ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଶୁଭ ରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ । ଧାର୍ମିକ ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି । ଆୟ ର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ।
ସିଂହ – ଅଟକି ଥିବା ଧନ କୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ର ରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀ ଙ୍କ ପରିଶ୍ରମ ସଫଳତା ଦେବ ।
କନ୍ୟା – ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ୍ ଖୁସି ଖବର ଦେବ ।ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଶତ୍ରୁ ଙ୍କ ପରାଜୟ ହେବ । କର୍ମକ୍ଷେତ୍ର ରେ ନୂତନ ପଦ ପଦବୀ ରେ ଯୋଗଦାନ କରିବେ ।ବ୍ୟବସାୟ ଖୁବ୍ ଭଲ ହେବ ।
ତୁଳା – ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନ ଙ୍କ ପାଇଁ ସାମାନ୍ୟ ଚିନ୍ତା ରେ ରହିବେ । ପ୍ରେମ ସମ୍ପର୍କ ରେ ତୁତନ ଆଶା ଉଜୀବିତ ହେବ ।କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି । ବ୍ୟୟ ର ପରିମାଣ ଅଧିକ ରହିବ ।
ବିଛା – ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି ସମ୍ମାନିତ ହେବାର ଯୋଗ ଅଛି ।କାର୍ଯ୍ୟ କ୍ଷେତ୍ର ରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।
ଧନୁ – ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେ ରେ ଧନ ପ୍ରାପ୍ତି ର ଯୋଗ ରହିଛି । ବନ୍ଧୁ ଙ୍କ ଦ୍ଵାରା ଆୟ ର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ ।
ମକର – ସ୍ବାସ୍ଥ୍ୟ କ୍ଷେତ୍ର ରେ ସମସ୍ୟା ଦେଖା ଦେବ । ଭ୍ରମଣ ର ଯୋଗ ରହିଛି । ଚାକିରି ରେ ସ୍ଥାନ ପରିବର୍ତ୍ତନ ହେବ । ପୁରୁଣା ବନ୍ଧୁ ଙ୍କ ସହ ମିଳନ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନ ରେ ମଧୁରତା ଆସିବ ।
କୁମ୍ଭ – ଭାଗ୍ୟର ସାଥ ମିଳିବ । ଦୂର ଯାତ୍ରା କରି ପାରନ୍ତି । ଯେ କୌଣସି କ୍ଷେତ୍ର ରୁ ଶିବ ସମାଚାର ମିଳିବ । ଜୀବନ ସାଥି ଙ୍କ ସହଯୋଗ ମିଳିବ । ମାଲି ମକୋଦମା ରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀ ମାନେ ପ୍ରଗତି କରିବେ ।
ମୀନ – ପରିବାରରେ ଖୁସି ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ । ନିଜ ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ।ଦୂର ଯାତ୍ରା କରିବେ । ଗୃହ ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହେବ ।