ରାଶିଫଳ

ଶନିବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୧୯/୦୭/୨୦୨୫:

ମେଷ – ମନ ଉତ୍ସାହିତ ରହିବା ସହ ପରିବାରରେ ନୂତନ କର୍ମ ଆରମ୍ଭ ହେବ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅଟକିଥିବ କାର୍ଯ୍ୟ ର ସମାପ୍ତି ହେବ ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ । ଜୀବନ ମଧ୍ୟ ଅସଂଗଠିତ ହେବ ।

ବୃଷ – ଶ୍ରୀ ଚନ୍ଦ୍ର ରହିଥିବାରୁ ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ର ରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।

ମିଥୁନ – ଦ୍ଵାଦଶ ଚନ୍ଦ୍ର ହେତୁ ଆଶାବାଦୀ ହେବେ । ଅଙ୍ଗ ରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇ ପାରେ ।  ସାବଧାନ ତା ର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ ।ଘରେ ଆପଣଙ୍କ ବିଷୟରେ  ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।

କର୍କଟ – ଆଜି ଏକାଦଶ ଚନ୍ଦ୍ର ରହିଥିବାରୁ । ଆଜି ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ର ରେ କ୍ଷମତା ବୃଦ୍ଧି ହେବ ।ଜୟ ଲାଭ କରିବେ । ପଦୋନ୍ନତି ର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।

ସିଂହ – ଅଧିକ ଆୟ ର ଯୋଗ ରହିଛି ଯାହା ଫଳ ରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଧନ ସଞ୍ଚୟ କରିବା ପାଇଁ ଦିନ ଟି ଉତ୍ତମ ରହିଛି । ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନ ଟି ଉତ୍ତମ ରହିଛି ।

କନ୍ୟା – ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ରହିଥିବାରୁ ।କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବାର ସମ୍ଭାବନା ରହିଛି । ଅତିଥିମାନେ ଘରକୁ ଆସିବେ ।ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ । ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବ ।

ତୁଳା – ନିରାଶ୍ରୟ ହେବାକୁ ପଡ଼ି ପାରେ ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି । ବ୍ୟବସାୟ ରେ କ୍ଷତି ସହିବର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତା ରେ ରହିବେ ।

ବିଛା – ସପ୍ତମ ଚନ୍ଦ୍ର କାଳ ଭୋଗ ହେତୁ । ଦିନଟି ରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରି ରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟ ରେ ଆଜି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ ।

ଧନୁ – ଷଷ୍ଠ ଚନ୍ଦ୍ର ରହିଥିବାରୁ ଆଜି ଆପଣଙ୍କୁ ବନ୍ଧୁ ମାନଙ୍କ ସହଯୋଗ ମିଳିବ। ଆତ୍ମ ବିଶ୍ୱାସୀ ହେବେ । କାର୍ଯ୍ୟ କ୍ଷେତ୍ର ରେ ପଦୋନ୍ନତି ହେବ । ଧର୍ଯୋବାନ ହେବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନ ରେ କିଛି କୁ  ପ୍ରଭାବ ପଡ଼ି ପାରେ । ବିବିଧ ସୁଖ ପ୍ରାପ୍ତି ର ଯୋଗ ରହିଛି ।

ମକର – ରାଶି ରେ ପଞ୍ଚମ ଚନ୍ଦ୍ର ରହିଥିବାରୁ  କୌଣସି ବି କାରଣ ରୁ ମନ ଦୁଃଖ ରହିବ ।ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ । ଦମ୍ପତି ଙ୍କ ମଧ୍ୟ ରେ ପାରିବାରିକ କଳହ ଲାଗି ରହିବ । ବାୟୁ ଜନିତ ସମସ୍ୟା ଦେଖା ଦେବ ।। ଛାତ୍ର ଛାତ୍ରୀ ମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ।

କୁମ୍ଭ – ଆକସ୍ମିକ କଳହ ଯୋଗୁଁ ବ୍ୟସ୍ତତା ବଢିବ । ମନରେ ଥିବା ଅହଂ ଭାବ କୁ ଦୂରେଇ ରଖନ୍ତୁ ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । କୌଣସି ଅଜଣା ଲୋକଙ୍କ ସହ କଳହ ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ।ଜମିଜମା କୁ ନେଇ କିଛି ଅସୁବିଧା ଦେଖା ଦେଇ ପାରେ ।

ମୀନ – ରାଜ ସମ୍ମାନ ପ୍ରାପ୍ତି ର ଯୋଗରହିଛି । ସ୍ବାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଘଟିବ । ବ୍ୟୟ ଠାରୁ ଆୟ ଅଧିକ ପରିମାଣ ରେ ହେବ ।ପୁରୁଣା ବନ୍ଧୁ ଙ୍କୁ ପାଇ ଖୁସି ଅନୁଭବ କରିବେ ।ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ସଞ୍ଜମ ରଖିବେ । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ ।

Show More
Back to top button