ରାଶିଫଳ

ଶନିବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା :୨୮/୦୬/୨୦୨୫: 

ମେଷ– ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। କୌଣସି ବ୍ୟବସାୟିକ କାରବାରରୁ ଅର୍ଥ ଉପକୃତ ହେବ | ଅଫିସରେ ସହକର୍ମୀଙ୍କ ସମର୍ଥନ ପାଇବେ। ପାରିବାରିକ ବିବାଦ ସମାପ୍ତ ହେବ | ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ।

ବୃଷ– ମନରେ ଉତ୍ଥାନ-ପତନ ହେବ। ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ। ପରିଶ୍ରମ ଅଧିକ ହେବ।

ମିଥୁନ– ସମ୍ମାନ ହାନି ଘଟିବ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି। ଧନ ଲାଭର ଯୋଗ ମଧ୍ୟ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ। ଦିନଟିରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ।

କର୍କଟ– ଦିନଟିରେ ଶତ୍ରୁଙ୍କ ଭୟ ରହିବ। ଅଦରକାରୀ କାର୍ଯ୍ୟକଳାପରେ ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ। ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ। ନିବେଶ ପାଇଁ ଦିନଟି ଭଲ ରହିଛି।

ସିଂହ– କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ | ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି। ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇପାରେ ।

କନ୍ୟା– କର୍ମକ୍ଷେତ୍ରରେ ବିରୋଧାଭାବ ଦେଖାଦେବ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କ ଠାରୁ ଖୁସିର ବାର୍ତ୍ତା ମିଳିବ। ବ୍ୟବସାୟରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

ତୁଳା– ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଲାଗି ରହିଥିବା ସମସ୍ୟାର ସମୂଳ ସମାଧାନ ହେବ। ରାଜନୈତିକ କ୍ଷେତ୍ରଟି ଶୁଭ ଦାୟକ ରହିଛି। ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖାଯିବ। ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ବିଛା– ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ। ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ । କର୍ମ କ୍ଷେତ୍ରରେ କିଛି ଲାଭଦାୟକ ପ୍ରୟାସ କରିବେ। ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ।

ଧନୁ– ଭକ୍ତି ଭାବରେ ଦିନଟି କଟିବ। ସେବା ପୂଜାରେ ମନୋନିବେଶ କରିବେ। ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ପରିଶ୍ରମରେ ଲଘୁ କ୍ରିୟା। ରୋଜଗାରର ନୂଆ ପନ୍ଥା ମିଳିବ।

ମକର– ରାଶି ପାଇଁ ଘାତ ଚନ୍ଦ୍ର। ଗୃହରେ ଲାଗି ରହିଥିବା ସମସ୍ୟାର ସମାଧାନ ଖୋଜିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ।

କୁମ୍ଭ– କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ– ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ। ଯଶ ହାନି ଘଟିବାର ସମ୍ଭାବନା ରହିଛି। ପଡ଼ୋଶୀଙ୍କ ସହ ମତଭେଦ ହୋଇପାରେ। ପିତା ମାତାଙ୍କ ସେବାରେ ସମୟ ଅତିବାହିତ ହେବ। ବ୍ୟବସାୟରେ ଅର୍ଥ ଫେରି ପାଇବା ବିଳମ୍ବ ହେବ। ଛାତ୍ରଛାତ୍ରୀମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

Show More
Back to top button