ଶନିବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୧୧/୧୦/୨୦୨୫:

ମେଷ– ଅଧିକ ଖର୍ଚ୍ଚ ହେତୁ ଆର୍ଥିକ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଅଯଥା ଚାପ ରହିବା କାରଣରୁ ମନରେ ଅଶାନ୍ତି ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିତାନ୍ତ ଜରୁରୀ। କୌଣସି ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ରହିପାରେ।

ବୃଷ– ଦିନଟି ଅତ୍ୟନ୍ତ ଶୁଭ ରହିବ। ଅଟକି ରହିଥିବା ଧନ ଫେରସ୍ତ ପାଇବାର ଯୋଗ ଅଛି। ପରିବାରରେ ଶାନ୍ତି ଓ ଖୁସିର ବାତାବରଣ ଦେଖାଦେବ। କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ମିଳିପାରେ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ।

ମିଥୁନ– କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ଯୋଗୁ କ୍ଳାନ୍ତ ଅନୁଭବ କରିବେ। ସହକର୍ମୀଙ୍କ ସହ ସମ୍ପର୍କରେ ସାମାନ୍ୟ ମତଭେଦ ହୋଇପାରେ। ମାନସିକ ଚିନ୍ତା ଓ ଅବସାଦ ବଢ଼ିପାରେ। କୌଣସି ବଡ଼ ନିଷ୍ପତ୍ତି ନେବାରୁ ବିରତ ରୁହନ୍ତୁ।

କର୍କଟ– ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଓ ମାନସିକ ଶାନ୍ତି ପ୍ରାପ୍ତ ହେବ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଆୟ ବୃଦ୍ଧି ହେବାର ନୂଆ ରାସ୍ତା ଖୋଲିବ।

ସିଂହ– ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ନିବେଶ ମାମଲାରେ ଲାଭ ମିଳିବ।

କନ୍ୟା– ଶତ୍ରୁମାନେ ପରାଜିତ ହେବେ । ଋଣମୁକ୍ତ ହେବାର ସୁଯୋଗ ମିଳିବ। କର୍ମ କ୍ଷେତ୍ରରେ କଠିନ ପରିଶ୍ରମର ଫଳ ପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ସାମାନ୍ୟ ଭଲ ରହିବ। ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢ଼ିବ।

ତୁଳା– ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ନିତାନ୍ତ ଆବଶ୍ୟକ ଅଟେ। ଆକସ୍ମିକ ଅନାବଶ୍ୟକ ଖର୍ଚ୍ଚ ହେବା କାରଣରୁ ମାନସିକ ଚାପ ବଢ଼ିବ। କର୍ମ କ୍ଷେତ୍ରରେ ବିବାଦ ହେବାର ସମ୍ଭାବନା ଅଛି। କାହା ଉପରେ ଅନ୍ଧ ଭରସା କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ପ କାମରେ ବିଳମ୍ବ ହୋଇପାରେ।

ବିଛା– କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ। ପାରିବାରିକ ମାମଲାରେ ମତଭେଦ ହେବାର ସମ୍ଭାବନା ଅଛି। ନିବେଶ ମାମଲାରେ କ୍ଷତି ହେବାର ଯୋଗ ରହିଛି। ଗୁପ୍ତ ଶତ୍ରୁମାନେ ସକ୍ରିୟ ରହିପାରନ୍ତି। କର୍ମ କ୍ଷେତ୍ରରେ ଅଧିକ ସାବଧାନ ହୋଇ କାମ କରନ୍ତୁ।

ଧନୁ– ଆପଣଙ୍କ ସାହସ ଓ ପରାକ୍ରମ ବୃଦ୍ଧି ପାଇବ। ଛୋଟ ଯାତ୍ରା ଲାଭଦାୟକ ହେବାର ଯୋଗ ରହିଛି। ଭାଇଭଉଣୀଙ୍କ ସହଯୋଗ ମିଳିବ। କର୍ମ କ୍ଷେତ୍ରରେ ନୂତନ ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ମକର– ପାରିବାରିକ ମାମଲାରେ ଅଶାନ୍ତି ଓ ବିବାଦ ଦେଖାଦେଇପାରେ। ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ। ସ୍ଥାବର ସମ୍ପତ୍ତି କ୍ରୟ ବିକ୍ରୟରେ ସାବଧାନ ରୁହନ୍ତୁ। କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନକାରାତ୍ମକ ଚିନ୍ତା ମନକୁ ଆସିପାରେ।

କୁମ୍ଭ– ଆତ୍ମବିଶ୍ୱାସରେ ଭରି ରହିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ଅଛି। ଆର୍ଥିକ ସ୍ଥିତି ଅତ୍ୟନ୍ତ ମଜବୁତ ରହିବ। ସାମାଜିକ ପ୍ରତିଷ୍ଠା ବଢ଼ିବ ଓ ସମ୍ମାନ ମିଳିବ। ବଡ଼ ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ।

ମୀନ– ଅଚାନକ ଧନ ଲାଭର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଓ ମନ ପ୍ରଫୁଲ୍ଲ ରହିବ। ମଧୁର ବାଣୀ ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଶୁଭ ଅଟେ।

Exit mobile version