ରାଶିଫଳ

ସୋମବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୨୧/୦୭/୨୦୨୫:

ମେଷ – ଅର୍ଥ ଉପାର୍ଜନକୁ ନେଇ ଚିନ୍ତାରେ ପଡ଼ିବେ । କୌଣସି ସ୍ଥାନରେ ସମ୍ମାନହାନୀ ହେବାର ସମ୍ଭାବନା ରହିଛି । ଶାରୀରିକ ଓ ମାନସିକ ଚିନ୍ତା ରେ ରହିବେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀ ମାନେ ଅଳ୍ପ ପରିଶ୍ରମୀ ହେବେ।

ବୃଷ – ସମ୍ମାନକୁ ଜଗି ରଖି କାର୍ଯ୍ୟ କରନ୍ତୁ । କୌଣସି ବଡ଼ ବିବାଦରେ ପଡ଼ି ଅଯଥା ସମୟ ନଷ୍ଟ କରିବେ । ବ୍ୟବସାୟ ଏତେ ଭଲ ଫଳ ଦେବ ନାହିଁ। ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ । ବିଦ୍ୟାର୍ଥୀ ମାନେ ରାଗ ଦ୍ୱେଷ ର ଶିକାର ହେବେ।

ମିଥୁନ – ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟ ସମ୍ପାଦନ କରିବେ ।  କୌଣସି ନୂତନ କିମ୍ବା ପୁରାତନ ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି । କର୍ମ କ୍ଷେତ୍ର ରେ ଉଚ୍ଚ ସମ୍ମାନ ର ପାତ୍ର ହେବେ । ବିଦ୍ୟାର୍ଥୀ ମାନେ ସଫଳ ଅର୍ଜନ କରିବେ। ବ୍ୟବସାୟରେ ଲାଭର ଯୋଗ ରହିବ ।

କର୍କଟ – ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରିବା ବିଧେୟ । ଆୟ ଠାରୁ ବ୍ୟୟ ଅଧିକ ରହିବ । ବନ୍ଧୁ ମାନଙ୍କ ସହ ଭ୍ରମଣ ରେ ଯାଇ ଖର୍ଚ୍ଚାନ୍ତ ହେବେ । ମୁଣ୍ଡ ବ୍ୟଥା ପରି ସମସ୍ତ ଦେଖା ଦେବ ।

ସିଂହ –  ସ୍ଥାନକୁ ଯାତ୍ରା କରି ଶୁଭ ଫଳ ପ୍ରାପ୍ତି କରିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ପରିବାରର ସହଯୋଗ ମିଳିବ। ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ ।

କନ୍ୟା – ଆୟ ଠାରୁ ଯଥେଷ୍ଟ ଅଧିକ ପରିମାଣ ରେ ବ୍ୟୟ ଯୋଗ ରହିଛି ।କିଛି ଶାରୀରିକ ସମସ୍ୟା ଦେଖା ଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବା । କର୍ମ କ୍ଷେତ୍ର ରେ ଆଳସ୍ୟ ଦେଖା ଦେବ ।ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବହୁତ ଲାଭ ଦାୟକ ରହିଛି ।

ତୁଳା – ଗୃହରେ ନୂତନ ଶୁଭ କାର୍ଯ୍ୟ ର ଆରମ୍ଭ ହେବ । ଚୈରି ରେ ସଫଳତା ଅର୍ଜନ କରିବେ ଅଟକିଥିନ କାର୍ଯ୍ୟର ସମାପ୍ତି ଘଟିବ । ଆୟରେ ବୃଦ୍ଧି ଘଟିବ ।ମନରେ ଶାନ୍ତି ବଜାୟ ରହିବ । ପାରିବାରିକ ଜୀବନ ସୁଖ ମୟ ହେବ । ଘରକୁ ବନ୍ଧୁଙ୍କ ଆଗମନ ହେବ ।

ବିଛା – କର୍ମ ଫଳ ନିଶ୍ଚିନ୍ତ ପ୍ରାପ୍ତ ହେବ । ଦୂର ସ୍ଥାନ କୁ ଯାତ୍ରା ସଫଳ ହେବ । ନୂତନ ଯାନବାହାନ କ୍ରୟ କରି ପାରନ୍ତି। ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ବ୍ୟବସାୟ ରେ ବୃଦ୍ଧି ହେବ । ନୂଆ ଚାକିରି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ ।

ଧନୁ – ଭାଗବତ ସେବାରେ ମନୋନିବେଶ କରିବେ। ଆଧ୍ୟାତ୍ମିକ ଚିନ୍ତାଧାରା ରେ ବୃଦ୍ଧି ଘଟିବ । କିଛି ମାନସିକ ବିଷାଦ ମଧ୍ୟ ଦେଖା ଦେଇ ଦେଇ ପାରେ ।। ଘରେ ଆପଣଙ୍କୁ ନେଇ ଚିନ୍ତା ଜନକ ପରିବେଶ ରହିବ, କିନ୍ତୁ ସମୟ ସହିତ ସବୁ କିଛି  ସମାଧାନ ହୋଇଯିବ ।

ମକର – ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ । ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳି ପାରେ । ଅଙ୍ଗରେ କ୍ଳେଶ ଦେଖା ଦେଇ ପାରେ।   ସୁଖ ହାନି ହୋଇ ପାରେ। ମନ ଅସ୍ଥିର ରହିବ । ଚାକିରିରେ ପରିବର୍ତ୍ତନ ହୋଇପାରେ ।

କୁମ୍ଭ – ବନ୍ଧୁ ଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବେ । ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ ।କର୍ମ କ୍ଷେତ୍ର ରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

ମୀନ – ଦିନଟି ଉତ୍ତମ ଫଳ ପ୍ରଦାନ କରିବ ।ସମ୍ମାନ ପ୍ରାପ୍ତି ର ଯୋଗ ରହିଛି । ଭ୍ରମଣ ଯୋଗ ରହିଛି । ମନରେ ସାମାନ୍ୟ ଗ୍ଲାନି ଦେଖା ଦେଇ ପାର। ପାରିବାରିକ ଜୀବନ ସୁଖ ମୟ ହେବ ।ବ୍ୟବସାୟ ରେ ଭଲ ଲାଭ ମିଳିପାରେ ।

Show More
Back to top button