ସୋମବାର ର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା ୧୫/୦୯/୨୦୨୫:

ମେଷ– ଦିନଟି ଆପଣଙ୍କ ପାଇଁ ସାର୍ଥକ ଏବଂ ଉତ୍ସାହଜନକ ହେବ। ପରିଶ୍ରମର ଭଲ ଫଳ ମିଳିବା ସହିତ ସହକର୍ମୀଙ୍କର ସହଯୋଗ ମଧ୍ୟ ମିଳିବ। ପରିବାରରେ ଶାନ୍ତି, ସମ୍ମାନ ଓ ମିଳନମୂଳକ ପରିବେଶ ରହିବ। ବ୍ୟବସାୟୀଙ୍କ ପାଇଁ ନୂତନ ଚୁକ୍ତି କିମ୍ବା ଚାଲୁଥିବା କାର୍ଯ୍ୟରୁ ଲାଭର ସମ୍ଭାବନା।

ବୃଷ–  ଦିନଟି କିଛି ପ୍ରତିକୂଳ ହେବ। କାମରେ ବାଧା, ବିଳମ୍ବ କିମ୍ବା ବିରୋଧୀଙ୍କ ଦୁଷ୍ପ୍ରଭାବ ଦେଖାଯିବ। ପାରିବାରିକ ସମ୍ପର୍କରେ ଅସନ୍ତୋଷ ଆସିପାରେ ତେଣୁ ସହିଷ୍ଣୁତାରେ ପଦକ୍ଷେପ ନିଅନ୍ତୁ। ଧନ-ଲାଭରେ ଅପେକ୍ଷିତ ଫଳ ମିଳିବାର ସମ୍ଭାବନା କମ। କୌଣସି ବଡ଼ ନିବେଶ କିମ୍ବା ନୂଆ କାର୍ଯ୍ୟରୁ ବର୍ଜନ କରିବା ଭଲ।

ମିଥୁନ– ଦିନଟି ମିଶ୍ର ପରିଣାମ ଦେବ। କାର୍ଯ୍ୟରେ ଚାପ ଅଧିକ ରହିପାରେ। କିନ୍ତୁ ବୁଦ୍ଧିମତା ଓ ସୂକ୍ଷ୍ମ ବିଚାରରେ ସମସ୍ୟାକୁ ଦୂର କରିପାରିବେ। ପାରିବାରରେ ସାମାନ୍ୟ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି। ଶିକ୍ଷାରେ ଯୁବବର୍ଗଙ୍କ ପାଇଁ ସୁବିଧା। କିନ୍ତୁ ପରୀକ୍ଷାରେ ଅଧିକ ପରିଶ୍ରମ ଆବଶ୍ୟକ।

କର୍କଟ– ଦିନଟି ଆପଣଙ୍କ ପାଇଁ ସୁଖଦ ଓ ଶୁଭ। ପରିବାରରେ ସମ୍ମାନ, ପ୍ରେମ ଓ ଖୁସିର ପରିବେଶ ଦେଖିବେ। ଧନ-ଲାଭର ଭଲ ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଓ ନୂଆ ସୁଯୋଗ ମିଳିପାରେ। ସାମାଜିକ କାର୍ଯ୍ୟରେ ନାମ ଓ ସମ୍ମାନ ବୃଦ୍ଧି ପାଇବ। ପ୍ରିୟଜନଙ୍କ ସହିତ ସମୟ କାଟିବାରେ ଆନନ୍ଦ ମିଳିବ।

ସିଂହ– ଦିନଟି ବହୁତ ସକାରାତ୍ମକ ଓ ଶୁଭ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି କିମ୍ବା ସୁଯୋଗ ମିଳିବ। ପରିବାରରେ ଖୁସି ଓ ନୂଆ ଖବର ପ୍ରାପ୍ତିର ସମ୍ଭାବନା। ବ୍ୟବସାୟୀଙ୍କ ପାଇଁ ଲାଭଜନକ ଚୁକ୍ତି ମିଳିପାରେ। ସାମାଜିକ ସମ୍ମାନ ବୃଦ୍ଧି ଓ ପରିଚିତମାନଙ୍କ ସହଯୋଗ ମିଳିବ। ଆର୍ଥିକ ଦିଗରେ ସୁନିଶ୍ଚିତ ଲାଭ ଓ ସୁବିଧା।

କନ୍ୟା– ଦିନରେ କାର୍ଯ୍ୟରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ଅନାବଶ୍ୟକ ବିବାଦ କିମ୍ବା ମନୋମାଳିନ୍ୟ ହୋଇପାରେ। ଆର୍ଥିକ ଦିଗରେ ଖର୍ଚ୍ଚ ବୃଦ୍ଧି ଓ ଅସୁବିଧା। ସ୍ୱାସ୍ଥ୍ୟରେ ଶାରୀରିକ କ୍ଲାନ୍ତି କିମ୍ବା ମନୋଚାପ ହେବ। ସହିଷ୍ଣୁତା ଓ ସଂଯମରେ ଦିନକୁ କାଟିବା ଉଚିତ।

ତୁଳା– ସତର୍କତାର ଦିନ। କାର୍ଯ୍ୟରେ ଚେଷ୍ଟା କରି ମଧ୍ୟ ଫଳ ମିଳିବାର ସମ୍ଭାବନା କମ। ପାରିବାରିକ କ୍ଷେତ୍ରରେ ବିବାଦ ସୃଷ୍ଟି ହେଇପାରେ। ନୂଆ କାର୍ଯ୍ୟ କିମ୍ବା ବଡ଼ ନିଷ୍ପତ୍ତିରୁ ବର୍ଜନ କରନ୍ତୁ। ସ୍ୱାସ୍ଥ୍ୟରେ ଅଲ୍ପ ସମସ୍ୟା ହୋଇପାରେ।

ବିଛା– ଦିନଟି ପ୍ରତିକୂଳ ରହିବ। କାର୍ଯ୍ୟରେ ବାଧା, ସହକର୍ମୀଙ୍କ ବିରୋଧ, ବିଳମ୍ବ ସୃଷ୍ଟି ହେବ। ପ୍ରିୟଜନଙ୍କ ସହିତ ବିବାଦ ହୋଇପାରେ। ଆର୍ଥିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି, ଲାଭରେ ବିଳମ୍ବ। ସାବଧାନତାରେ ଦିନଟି କାଟିବା ଭଲ।

ଧନୁ– ଦିନଟି ଶୁଭ। କାର୍ଯ୍ୟରେ ଉନ୍ନତି, ନୂଆ ସୁଯୋଗ ଓ ସଫଳତା ମିଳିବ। ପରିବାରରେ ପ୍ରେମ, ସମ୍ମାନ ଓ ଖୁସି। ଆର୍ଥିକ ଲାଭ, ବ୍ୟବସାୟରେ ସୁବିଧା। ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସମୟ। ପରିଚିତମାନଙ୍କ ସହଯୋଗ ଓ ସମ୍ମାନ ବୃଦ୍ଧି।

ମକର– ଆପଣଙ୍କ ପାଇଁ ଶୁଭଲାଭର ଦିନ। କାମରେ ସୁବିଧା, ବ୍ୟବସାୟରେ ଉନ୍ନତି। ପରିବାରରେ ଖୁସି, ପ୍ରିୟଜନଙ୍କ ସହିତ ମିଳନ। ଧନଲାଭରେ ସଫଳତା, ନୂଆ ସମ୍ପର୍କରୁ ଲାଭ। ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିପାରେ।

କୁମ୍ଭ– କୃଷ୍ଣପକ୍ଷ ପ୍ରଭାବରେ ଦିନଟି ପ୍ରତିକୂଳ। କାର୍ଯ୍ୟରେ ବାଧା, ଅସନ୍ତୋଷ ଓ ବିଳମ୍ବ। ଧନ-ଲାଭରେ ବିଳମ୍ବ, ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟରେ ଅଳ୍ପ ସମସ୍ୟା, ବିଶେଷକରି ମନୋଚାପ।

ମୀନ– ଦିନଟି ଆପଣଙ୍କ ପାଇଁ ଖୁବ୍ ସାର୍ଥକ। କାମରେ ସଫଳତା, ନୂଆ ସୁଯୋଗ ମିଳିପାରେ। ପରିବାରରେ ଖୁସି, ପ୍ରେମ ଓ ଶାନ୍ତି ରହିବ। ବ୍ୟବସାୟୀଙ୍କ ପାଇଁ ଲାଭଜନକ ଦିନ। ଧନ-ଲାଭ ସହିତ ଦୀର୍ଘ ମିଆଦୀ ଯୋଜନାରେ ଫଳଦାୟକ। ପ୍ରିୟଜନଙ୍କ ସହିତ ସମୟ ଖର୍ଚ୍ଚ କରିବାରେ ମନ ପ୍ରସନ୍ନ।

Exit mobile version