

ସତ୍ୟଶିଖା( କଳାହାଣ୍ଡି )୨୫.୧୦ .୨୦୨୧: ଆଜିଠାରୁ ପୁଣି ମହାଲିଙ୍ଗ କଲେଜରେ ପାଠପଢ଼ା ଆରମ୍ଭ ହୋଇଛି । କିନ୍ତୁ ଅଯଥାରେ କଲେଜକୁ ବଦନାମ କରାଯାଉଥିବାରୁ କଲେଜ କର୍ତ୍ତୃପକ୍ଷ, ଅଭିଭାବକ ଓ ଛାତ୍ରଛାତ୍ରୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସନସାଇନ୍ ପବ୍ଲିକ୍ ସ୍କୁଲ ଅଲଗା ଓ କଲେଜ ଅଲଗା । ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ । କିନ୍ତୁ ଆଞ୍ଚଳିକ କଲେଜର ପରିଚାଳନା କମିଟି ଅଛି । ଗୋବିନ୍ଦ ସାହୁ କେବଳ ଏହି କମିଟିର ଜଣେ ସଦସ୍ୟ ମାତ୍ର । ହେଲେ ବିରୋଧୀ ରାଜନୈତିକ ଦଳ ଜାଣିଶୁଣି କଲେଜ ବନ୍ଦ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି ।
କଲେଜରେ ବିଜ୍ଞାନ ଓ କଳା ବିଭାଗରେ ପଢୁଥିବା 2 ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କ ଭବିଷ୍ୟତକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି । ସେପଟେ କଲେଜ ଚାଲୁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଚାହୁଁଛନ୍ତି । ଅଭିଭାବକମାନେ ନିଜ ଝିଅମାନଙ୍କୁ ଏଠାରେ ସୁରକ୍ଷିତ ଭାବେ ପାଠ ପଢୁଥିବା ଦେଖିଛନ୍ତି । କିଛି ଲୋକଙ୍କ ନାଁ ନେଇ କଲେଜକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଭାବକ ଏପରି ରାଜନୈତିକ ପରିଭାଷାକୁ ତୀବ୍ର ନିନ୍ଦା କରିଛନ୍ତି ।