ଖାଦ୍ୟଜୀବନମନ୍ତ୍ର
ଲେମନ ଚିକେନ

ସତ୍ୟଶିଖା ୦୬/୦୧/୨୦୨୧ :
ଆବଶ୍ୟକ ସାମଗ୍ରୀ
ଚିକେନ – ବଡ ଆକାର ( ବୋନଲେସ ୨ଟି)
ଲୁଣ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୩ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ୧ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଗରମ ମସଲା – ୧ ଚାମଚ
ଲେମ୍ବୁ ରସ – ୨ ଚାମଚ
ଦହି – ୧କପ
ତେଲ – ଆବଶ୍ୟକ ପରିମାଣରେପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ରଖି ଦିଅନ୍ତୁ । ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହେବା ପରେ ଏଥିରେ ଚିକେନ ପକାଇ ଭଲ ଭାବେ ଭାଜନ୍ତୁ । ଭାଜିବା ପରେ ଲୁଣ, ଅଦାରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ । କଷିବା ପରେ ଏଥିରେ ଶୁଖିଲା ମସଲା ପକାଇ କିଛି ସମୟ ପରେ ଲେମ୍ବୁ ରସ ପକାନ୍ତୁ । ଏବେ ଏକ ପାତ୍ରରେ ଦହିକୁ ଫେଣ୍ଟି ଏହି ପ୍ରସ୍ତୁତ ଚିକେନରେ ପକାନ୍ତୁ । କିଛି ସମୟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଲେମନ ଚିକେନ ।