ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆସନ୍ତାକାଲି ଠାରୁ ରାଜ୍ୟରେ କୋଭିଡ ଟିକା ନେବେ ପୁଲିସ କର୍ମଚାରୀ

ସତ୍ୟଶିଖା (ଭୁବନେଶ୍ୱର) ୦୫/୦୨/୨୦୨୧ : ଆସନ୍ତାକାଲିଠାରୁ ରାଜ୍ୟରେ ପୁଲିସ କର୍ମଚାରୀମାନେ କୋଭିଡ ଟିକା ନେବେ ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରଥମ ଟିକା ନେବେ ଏବଂ ଏହାପରେ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଟିକାକରଣ ଆରମ୍ଭ ହେବ । ଏଥିରେ ଭୁବନେଶ୍ୱରର ସମୁଦାୟ ୧୯ଟି ପ୍ରତିଷ୍ଠାନର ୮୯୩୭ଜଣ କର୍ମଚାରୀ ଟିକା ନେବେ । ରାଜଧାନୀରେ କମିସନରେଟ୍ ପୁଲିସ୍ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ ଏବଂ କଟକର ୧୧ଟି ପ୍ରତିଷ୍ଠାନର ୬୮୬୭ଜଣ ପୁଲିସ କର୍ମଚାରୀ ଟିକା ନେବେ ବୋଲି ଗଣମାଧ୍ୟମକୁ ପୁଲିସ କମିସନର କହିଛନ୍ତି ।

Show More
Back to top button