ସତ୍ୟଶିଖା (ଭୁବନେଶ୍ୱର) ୦୨/୦୧/୨୦୨୧ : ଶୀତ ଦିନରେ ମୂଳା ପରଠାର ମଜା ଅଲଗା ପ୍ରକାର । ମୂଳା ପରଠା ଖାଇବାକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ମୂଳାରେ ତିଆରି ବ୍ୟଞ୍ଜନ ମଧ୍ୟ ବହୁତ ହିତକର । ଏହାକୁ ସାଲାଡ଼ ଭାବେ କଞ୍ଚା ମଧ୍ୟ ଖିଆଯାଏ । କିଛି ଲୋକ ମୂଳାରେ ଆଚାର ମଧ୍ୟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ କିଛି ଲୋକଙ୍କୁ ମୂଳା ଆଦୌ ପସନ୍ଦ ନଥାଏ । କିଛି ଲୋକ ମୂଳା ଖାଇବାକୁ ଆଦୌ ପସନ୍ଦ କରନ୍ତିନି । ଯଦି ଆପଣଙ୍କୁ ବି ମୂଳା ପସନ୍ଦ ନୁହେଁ ତାହେଲେ ମୂଳାର ଫାଇଦା ସମ୍ପର୍କରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ।
ଉଚ୍ଚ ରକ୍ତଚାପ ପାଇଁ ଲାଭଦାୟକ – ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ମୂଳା ବହୁତ ହିତକର । ଏନ୍ଟି ହାଇପାରଟେନସିଭ ଗୁଣରେ ଭରପୁର ମୂଳା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମୂଳାରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ମଧ୍ୟ ରହିଛି ଯାହା ଶରୀରରେ ସୋଡିୟମ-ପୋଟାସିୟମ ଅନୁପାତକୁ ବାଲାନ୍ସ କରି ରକ୍ତଚାପ ମେଣ୍ଟେନ କରିଥାଏ ।
ଭୋକ ବଢାଇଥାଏ – ଭୋକ ହେଉନଥିବା ସମସ୍ୟା ଥିଲେ ମୂଳା ରସରେ ଅଦା ରସ ମିଶାଇ ସେବନ କରନ୍ତୁ । ଏହାଦ୍ୱାରା ଭୋକ ବଢିବ । ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ତାହା ମଧ୍ୟ ଦୂର ହୋଇଥାଏ ।
ଜଣ୍ଡିସ୍ ପାଇଁ ଲାଭଦାୟକ – ଜଣ୍ଡିସ୍ ରୋଗୀଙ୍କ ପାଇଁ ମୂଳା ରାମବାଣ ଭଳି କାମ କରିଥାଏ । ଜଣ୍ଡିସ ରୋଗୀ ତାଜା ମୂଳା ଖାଇବା ଉଚିତ । ନିୟମିତ ସକାଳୁ ଗୋଟିଏ କଞ୍ଚା ମୂଳା ଖାଇଲେ ଜଣ୍ଡିସ ରୋଗ ଭଲ ହୋଇଯାଇଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଲାଭଦାୟକ । ମୂଳାରେ ଥିବା ପୋଷାକ ତତ୍ତ୍ୱ ଇନ୍ସୁଲିନକୁ ନିୟନ୍ତ୍ରଣ କରିଥାଏ ।