ଦୁର୍ଘଟଣାନ୍ୟୁଜ୍ରାଜ୍ୟ

କଟକ କୋଭିଡ୍ ହସ୍ପିଟାଲରେ ନିଆଁ l

ସତ୍ୟଶିଖା ୨୧.୦୯.୨୦୨୦ : କୋଭିଡ ହସ୍ପିଟାଲରେ ନିଆଁ । କଟକ ଜଗତସିଂହପୁର ସ୍ଥିତି ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ୨ଟି ଦମକଳଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ଜଗତପୁର ସଦଗୁରୁ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।କଟକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଜଗତପୁର ସ୍ଥିତି ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଛି । କେଉଁ କାରଣରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ୨ଟି ଦମକଳ ଗାଡି ନିଆଁ ଲିଭାଇ କାମ ଜାରି ରଖିଛନ୍ତି । ଅନ୍ୟପଟେ ଅଗ୍ନିକାଣ୍ଡ ଘଟିବା ପରେ ପରେ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ତୁରନ୍ତ ଉଦ୍ଧା କରାଯାଇଥିଲା । ପିପିଇ କିଟ୍ ପିନ୍ଧି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋଭିଡ ହସ୍ପିଟାଲରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, କଟକ ଡିସିପି ଓ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି ।

Show More
Back to top button