ସତ୍ୟଶିଖା (ଭୁବନେଶ୍ୱର) ୦୧/୦୧/୨୦୨୧ : ରାଜ୍ୟରେ ଜରୁରୀ ସ୍ୱାସ୍ଥ୍ୟସେବା ଆହୁରି ଅଧିକ ସୁଦୃଢ ହେବ। ନୂଆବର୍ଷରେ ନୂଆ ଆମ୍ବୁଲାନ୍ସ ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି । ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି । ୨୭ଟି ଜିଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ୱର ଜିଲା ପାଇଁ ସର୍ବାଧିକ ୧୧ଟି ଉର୍ଦ୍ଧିଷ୍ଟ ରହିଛି । ଏହି ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ ବର୍ଷ ପାଇଁ ୧୦୪ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
୮୪ ଟି ଆମ୍ବୁଲାନ୍ସର ଶୁମ୍ଭାରମ୍ଭ
