ରାଜ୍ୟ

ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଏସଆଇଟିକୁ ଚାର୍ଜସିଟ୍ ଦାଖଲ ପାଇଁ

ସତ୍ୟଶିଖା (ନୟାଗଡ) ୨୪ /୧୨/୨୦୨୦ :    ପରୀ ମାମଲା ଏବେ ହାଇକୋର୍ଟରେ ପହଁଚିଛି । ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ,  ଆବେଦନକାରୀ ପଦ୍ମାଳୟା ମହାପାତ୍ର ହାଇକୋର୍ଟରେ ସାନି ସତ୍ୟପାଠ ଦାଖଲ କରିଥିଲେ । ସେ ଅରୁଣ ବୋଥ୍ରାଙ୍କ ନିଯୁକ୍ତିର ବୈଧ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିକି ହତ୍ୟାହାଣ୍ଡ ନେଇ ବିଧାନସଭାରେ ମନ୍ତ୍ରୀ ଓ ଏସଆଇଟି ମୁଖ୍ୟଙ୍କ ବୟାନ ମଧ୍ୟରେ ତାଳମେଳ ନଥିବା ସେ ଆବେଦନରେ ଦର୍ଶାଇଥିଲେ । ଆହୁରି ମଧ୍ୟ ସତ୍ୟତା ଉନ୍ମୋଚନ ପାଇଁ ସେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପରୀ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ହତ୍ୟର ଅନେକ ରହସ୍ୟ ଖୋଲିଥିଲେ । ଅଭିଯୁକ୍ତ ସରୋଜ ସେଠୀ କିପରି ଭାବେ ପରୀକୁ ତଣ୍ଟିଚିପି ମାରିବା ପରେ ଦୁଷ୍କର୍ମ କରିଥିଲା ସେନେଇ ମଧ୍ୟ ସେ କହିଥିଲେ । ତେବେ ଏହା ପରେ ବିରୋଧୀ ଦଳ ତଥା ଅନେକ ସମାଜସେବୀ ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ।

Show More
Back to top button