

ସତ୍ୟଶିଖା ୧୦ .୦୯.୨୦୨୦ : ନାଲକୋ ଥାନା ଗିରାଙ୍ଗ ଗାଁରେ ଡକାୟତମାନେ ୧୦ ଲକ୍ଷ ଟଙ୍କା ସହ ୫୦ ଭରି ସୁନା ଲୁଟ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନିଶା ସ୍ପ୍ରେ କରି ଡାକୟତମାନେ ଏଭଳି ବଡ ଧରଣର ଲୁଟ କରିଛନ୍ତି । ଗାଁର ବିକ୍ରମ କେଶରୀ ସାହୁ କିଛି କାମରେ ବାହାରକୁ ଯାଇଥିବାବେଳେ ତାଙ୍କର ଦୁଇ ଉଉଣୀ ଥିଲେ । ୪ଜଣ ଡକାୟତ ଘରେ ପଶିଥିବା ଜାଣିବାକୁ ପାଇଥିଲେ ବି କିଛି ସମୟ ପରେ ଅଚେତ ହୋଇପଡିଥିଲେ । ପରେ ଡକାୟତମାନେ ନାଲକୋ ଥାନାର ଅଭିଯୋଗ କରିବା ପରେ ଘଟଣାସ୍ଥଳର ପୁଲିସ ପହଂଚି ତଦନ୍ତ ଚଳାଇଛି ।