Uncategorizedଅପରାଧଦେଶ

ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ବଡଧରଣର ଅନୁପ୍ରବେଶ ଉଦ୍ୟମ

ସତ୍ୟଶିଖା(ଶ୍ରୀନଗର) ୨୧.୦୯ .୨୦୨୧: ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ପଟୁ ବଡଧରଣର ଅନୁପ୍ରବେଶ ଉଦ୍ୟମ ହୋଇଛି। ରବିବାର ବିଳମ୍ବିତ ରାତିରେ ଏଭଳି ଉଦ୍ୟମ କରାଯାଇଥିବା ଜଣାଯାଇଛି। ଛଅଜଣ ସଶସ୍ତ୍ର ଆତଙ୍କବାଦୀ ଉରି ସେକ୍ଟର ଦେଇ କାଶ୍ମୀର ଉପତ୍ୟକାକୁ ପ୍ରବେଶ କରିଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ବାରମୂଳା ଜିଲାର ଉରି ଅଞ୍ଚଳରେ ମୋବାଇଲ ଏବଂ ଇଂଟରନେଟ ସେବାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ପ୍ରାପ୍ତ ରିପୋର୍ଟ ଅନୁଯାୟୀ ସୈନ୍ୟବାହିନୀ ପକ୍ଷରୁ ଅଧିକ ସୈନ୍ୟ ମୁତୟନ କରାଯିବା ସହିତ ବିଶାଳ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ସେନା ପକ୍ଷରୁ ଆନୁଷ୍ଠାନିକ ଭାବରେ ଏପର୍ଯ୍ୟନ୍ତ କିଛି ବିବୃତି ଜାରି କରାଯାଇନାହିଁ, କିନ୍ତୁ ବିବିଧ ସୂତ୍ରରୁ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସକାଳ ସୁଦ୍ଧା ତଲାସି ଅଭିଯାନ ଜାରି ରହିଥିଲା।
ଶ୍ରୀନଗରସ୍ଥିତ ୧୫ କର୍ପସ ମୁଖ୍ୟଦପ୍ତରର କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡି ପି ପାଣ୍ଡେ ଏକ ଟେଲିଭିଜନ ଚାନେଲ ନିକଟରେ ପ୍ରକାଶ କରି କହିଛନ୍ତି ଯେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ହୋଇଛି। ଭାରତୀୟ ସେନା ଉକ୍ତ ଅନୁପ୍ରବେଶକାରୀଙ୍କୁ ଖୋଜୁଛି। ସେମାନେ ଏପର୍ଯ୍ୟନ୍ତ ଭାରତ ପଟେ ରହିଛନ୍ତି ଅଥବା ପୁଣି ସୀମା ଆରପଟକୁ ଫେରିଯାଇଛନ୍ତି, ତାହା ଜଣାପଡିନାହିଁ। ସେନା ସମ୍ପୂର୍ଣ୍ଣ ସଜାଗ ରହିଚି ଏବଂ ଯେଭଳି ସୀମା ଆରପଟୁ ଅନୁପ୍ରବେଶ ନହୁଏ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ ଏଭଳି ଅନୁପ୍ରବେଶ ଉଦ୍ୟମ ଦ୍ୱିତୀୟ ଥର ହୋଇଛି। ନିକଟରେ ଭାରତୀୟ ସେନା ବନ୍ଦିପୋରା ଜିଲାରେ ଦଳେ ଅନୁପ୍ରବେଶକାରୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ତାହା ପୂର୍ବରୁ ଆଉ ଏକ ଗୋଷ୍ଠୀ ଅନୁପ୍ରବେଶ କରିଥିଲେ ଏବଂ ସେମାନଙ୍କୁ ସେନା ଯବାନମାନେ ଖୋଜୁଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ କାଶ୍ମୀର ଉପତ୍ୟକାରେ ଭାରତୀୟ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୮୬ ଜଣ ଆତଙ୍କିଙ୍କର ମୃତ୍ୟୁ ଘଟିଲାଣି।

Show More
Back to top button