

ସତ୍ୟଶିଖା(ଭୁବନେଶ୍ୱର ) ୨୬.୦୮ .୨୦୨୧: ଆଇନ ଛାତ୍ରଛାତ୍ରୀଙ୍କ ଆନେ୍ଦାଳନ ପରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତିରେ ପରିବର୍ତ୍ତନ କରିଛନ୍ତି । ସମସ୍ତ ସେମିଷ୍ଟାର ପରୀକ୍ଷା ଅନଲାଇନରେ ୟୁନିଭର୍ସିଟି ଲ’କଲେଜ, କ୍ୟାପିଟାଲ ଆଇନ ମହାବିଦ୍ୟାଳୟ, କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟ ଓ ଦି ଲ’ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସପ୍ତମ ଓ ତୃତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ୩ ରୁ ୯ ତାରିଖ ମ୍ମରେ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୩ ରୁ ୧୮ ମ୍ମରେ ପଞ୍ଚମ ଓ ପ୍ରଥମ ସେମିଷ୍ଟର ପରୀକ୍ଷା ହେବ ବୋଲି ବସିଥିବା ବିଶ୍ୱ ବିଦ୍ୟାଳୟ ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନା ଯୋଗ୍ୟ, ଅନଲାଇନ ପରୀକ୍ଷା କରିବା ଦାବିରେ ୪ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ବାଣୀବିହାର ମୁଖ୍ୟ ଫାଟକ ଓ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।