ନ୍ୟୁଜ୍

ଅମରନାଥ ଯାତ୍ରା ମାର୍ଗର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି।

ସତ୍ୟଶିଖା ୧୭/୦୭/୨୦୨୫: ବାଲତାଲ ରୁଟରେ ଭୂସ୍ଖଳନ ଯୋଗୁଁ ୧୦ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଅନେକ ତୀର୍ଥଯାତ୍ରୀ ବନ୍ୟାରେ ମଧ୍ୟ ଫସି ରହିଛନ୍ତି। ଏହି କାରଣରୁ ଆଜି ଅର୍ଥାତ୍ ଗୁରୁବାର ଅମରନାଥ ଯାତ୍ରା ସ୍ଥଗିତ ରହିବ। ଆଜି ଜମ୍ମୁ ବେସ୍ କ୍ୟାମ୍ପ ବାହାରକୁ ଯାତ୍ରା ଆଗକୁ ବଢ଼ିବ ନାହିଁ। ଜମ୍ମୁ କାଶ୍ମୀରର ଅନେକ ଜିଲ୍ଲାରେ ବର୍ଷା ଜାରି ରହିଛି।ବାଲତାଲ ଏବଂ ପହଲଗାମ୍ ରୁଟରେ ନିରନ୍ତର ବର୍ଷା ଜାରି ରହିଛି। ଏହି ଘଟଣାରେ ପ୍ରାୟ ଦଶ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଏହି ଭୂସ୍ଖଳନ ଘଟଣା ସମୟରେ, ରାଜସ୍ଥାନର ଜଣେ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା। ମେଡିକାଲ ସେଣ୍ଟରରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ, ଅନ୍ୟ ଦଶ ଜଣ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ କାହାରିକୁ ଗୁରୁତର ଆଘାତ ଲାଗି ନାହିଁ। ତଥାପି, ଏହି ଘଟଣା ବିଷୟରେ କୌଣସି ଅଫିସିଆଲ ସୂଚନା ମିଳିନାହିଁ।

ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଅଢ଼େଇ ଲକ୍ଷରୁ ଅଧିକ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି। ଜୁଲାଇ ୧ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ରୁଟକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି। ଯେଉଁଥିରେ ଡ୍ରୋନ୍, ୟୁଏଭି ଏବଂ ବେଲୁନ୍ ନିଷେଧ କରାଯାଇଛି। ପାଣିପାଗ ବିଭାଗ ଏହି ଅଞ୍ଚଳରେ ପ୍ରବଳ ବର୍ଷାର ସତର୍କତା ମଧ୍ୟ ଜାରି କରିଛି। ତୀର୍ଥଯାତ୍ରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

 

Show More
Back to top button