ଦେଶନ୍ୟୁଜ୍

ଲାଲୁ ଯାଦବଙ୍କ ନାଁରେ ନୂଆ ମାମଲା, ଘରେ ପଶିଲା ସିବିଆଇ

ସତ୍ୟଶିଖା( ନୂଆଦିଲ୍ଲୀ )୨୦.୦୫.୨୦୨୨ :  ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ କିଛି ସପ୍ତାହ ତଳେ ଜାମିନ ପାଇଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ବଢ଼ିଛି। ସିବିଆଇ ଏବେ ତାଙ୍କ ନାଁରେ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି। ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି।

ଏହାକୁ ଆଧାର କରି ସିବିଆଇ ଏବେ ମାମଲା କରିଛି। ମାମଲା ରୁଜୁ କରିବା ପରେ ଆଜି ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ୧୭ଟି ଠିକଣାରେ ଏକକାଳୀନ ଚଢ଼ଉ ଆରମ୍ଭ କରିଛି। ସିବିଆଇର ଗୋଟିଏ ଟିମ୍‌ ପାଟଣାରେ ଥିବା ଲାଲୁଙ୍କ ବାସଭବନରେ ମଧ୍ୟରେ ଯାଞ୍ଚ କରୁଥିବା ଖବର ପ୍ରକାଶ ପାଇଛି।

ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି ପାଇଁ ଜମି ଲାଞ୍ଚ ଆକାରରେ ଦିଆଯାଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ଏଫଆଇଆର ହୋଇଛି। ଏଫଆଇଆରକୁ ଆଧାର କରି ଆଜି ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ରେଡ୍‌ ହୋଇଛି। ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ଝିଅ ମିଶା ଭାରତୀଙ୍କ ମୋଟ ୧୭ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି।

Show More
Back to top button