ସତ୍ୟଶିଖା ୨୩/୦୧/୨୦୨୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ଵାସ୍ଥବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି । ସେ ବର୍ତ୍ତମାନ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବା ପ୍ରସ୍ତୁତ ଆରମ୍ଭ ହୋଇଛି। ଲାଲୁଙ୍କ ହାର୍ଟ ସର୍ଜରୀ ହୋଇଥିଲା । ଏବେ ତାଙ୍କ ଫୁସଫୁସରେ ପାଣି ଜମି ରହିଥିବାବେଳେ କିଡନୀ ଠିକ୍ ଭାବେ କାମ କରୁନାହିଁ । ଶରୀର ଫୁଲିଯାଉଥିବା ତାଙ୍କ ପୁଅ ତେଜସ୍ୱୀ ଯାଦବ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ୫ଟାରେ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ନିଆଯିବ ବୋଲି ସୂଚନା ମିଳିଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ନିଆଯିବ ।
ଜେଲ ପ୍ରଶାସନ ପକ୍ଷରୁ ଡାକ୍ତରୀ ଟିମ୍ଠାରୁ ରିପୋର୍ଟ ମଗାଯାଇଛି । ରିପୋର୍ଟକୁ କୋର୍ଟରେ ଦାଖଲ କରାଯିବା ପରେ ଲାଲୁଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବା ଲାଗି କୋର୍ଟଙ୍କଠାରୁ ଅନୁମତି ନିଆଯିବ । ଏହା ପରେ ତାଙ୍କୁ ଦିଲ୍ଲୀ ପଠାଯିବ ।