ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୧୧/୨୦୨୦ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଦୀପାବଳି ପୂର୍ବରୁ ସମାଧାନ ହୋଇପାରେ । ଦୁଇ ଦେଶର ସେନା ପଛକୁ ହଟିବା ଏବଂ ଯଥାସ୍ଥିତି ବଜାୟ ରଖିବା ପାଇଁ ତିନୋଟି ପର୍ଯ୍ୟାୟରେ ସୈନ୍ୟ ପ୍ରତ୍ୟାହାର କରିବା ଯୋଜନା ଉପରେ ସହମତି ପ୍ରକାଶ କରିଛନ୍ତି । ଏହା ପରେ ଦୁଇ ପକ୍ଷର ସେନା ଏପ୍ରିଲ-ମେ ମାସର ନିଜର ପୁରୁଣା ସ୍ଥିତି ନିଜ ନିଜ ସ୍ଥାନକୁ ଫେରି ଆସିବେ ବୋଲି ସହମତି ପ୍ରକାଶ ପାଇଛି ।
ସମାଧାନ ହେବ ଲଦାଖ ବିବାଦ !
