ଦେଶ

କଶ୍ମୀରରେ ୪ଜି ସଂଯୋଗ ପ୍ରସଙ୍ଗ: ଗୁରୁତ୍ୱପୂର୍ଣ୍ଣ ମତଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ ହେବା ଦିନଠାରୁ ସେଠାରେ ୪ଜି ମୋବାଇଲ ସେବା ଉପଲବ୍ଧ ହେଉ ନଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଜମ୍ମୁ-କଶ୍ମୀରରେ କେମିତି ଯଥାଶୀଘ୍ର ୪ଜି ମୋବାଇଲ ଓ ଇଣ୍ଟରନେଟ ସେବ ଯୋଗାଇ ଦିଆଯିବ, ତା’ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଏହି ପ୍ରସଙ୍ଗର ସମୀକ୍ଷା କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି, ସୁରକ୍ଷା ଓ ଅଧିକାର ମଧ୍ୟରେ ବାଲାନ୍ସ ରହିବା ଦରକାର।

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିଥିଲେ। ଏହାର ଦୀର୍ଘ ମାସ ପରେ କେବଳ ଉପତ୍ୟକାରେ ୨-ଜି ମୋବାଇଲ ଇଣ୍ଟରନେଟ ସେବା ମିଳୁଛି। ଏହା ଲୋକଙ୍କ ପାଇଁ ଯଥେଷ୍ଟ ନୁହେଁ ଓ ତୁରନ୍ତ ୪-ଜି ସେବା ଆରମ୍ଭ କରାଯିବା ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।

ଏହାର ଶୁଣାଣି କରି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “କୋର୍ଟ ସର୍ବଦା ଜାତୀୟ ସୁରକ୍ଷା ଓ ମାନବାଧିକାରକୁ ବାଲାନ୍ସ ରଖିବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଆମେ ସମସ୍ତେ ଜମ୍ମୁ-କଶ୍ମୀର ସମସ୍ୟା ଭୋଗୁଥିବା ଆମେ ବିଚାରକୁ ନେଉଛୁ। ଏହି ସମୟରେ କୋର୍ଟ ନିଜ ତରଫରୁ ଦେଶରେ ଦେଖାଦେଇଥିବା ମହାମାରୀ ଓ କଠିନ ପରିସ୍ଥିତି ସମ୍ପର୍କରେ ମଧ୍ୟ ଅବଗତ ରହିଛନ୍ତି।

ଆହୁରି ପଢ଼ନ୍ତୁ

ସମଗ୍ର ବିଶ୍ୱ ଭଳି କଶ୍ମୀର ମଧ୍ୟ କରୋନା ଭାଇରସ ସମସ୍ୟାରେ ପଡ଼ିଛି। ଏହି ସମୟରେ ଧିମା ଇଣ୍ଟରନେଟ ବା ନୋ ଇଣ୍ଟରନେଟ ସ୍ଥିତିକୁ ଆହୁରି ଜଟିଳ କରିପାରେ। ତେଣୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଉ।

ଏଥିରେ କମ୍ୟୁନିକେସନ ମନ୍ତ୍ରଣାଳୟର ସଚିବ ଓ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ମଧ୍ୟ ରହିବେ। ସମସ୍ତେ ମିଳିତ ଭାବେ ଜମ୍ମୁ-କଶ୍ମୀରରେ ୪ଜି ଇଣ୍ଟରନେଟ ସେବା ଉପରେ ସମୀକ୍ଷା କରିବେ। କେମିତି ଜମ୍ମୁ-କଶ୍ମୀରରେ ୪ଜି ସେବା ଆରମ୍ଭ ହେବ, ତା’ର ଉପାୟ ବାହାର କରିବେ।”

ଆବେଦନକାରୀ ଓକିଲ କହିଥିଲେ, ଖରାପ ଇଣ୍ଟରନେଟ ଯୋଗୁ ଡାକ୍ତରମାନେ କରୋନା ଭାଇରସ ଚିକିତ୍ସା ସମ୍ବନ୍ଧୀୟ ପ୍ରଣାଳୀକୁ ଠିକ ଭାବେ ଜାଣିପାରୁନାହାନ୍ତି।

ସେହିପରି ରୋଗୀମାନେ ମଧ୍ୟ ଖରାପ ଇଣ୍ଟରନେଟ ଯୋଗୁ ଡାକ୍ତରମାନଙ୍କ ସହ ଭିଡିଓ କଲିଂରେ ଆଲୋଚନା କରିପାରୁନାହାନ୍ତି। ତେଣୁ ତୁରନ୍ତ ୪ଜି ସେବା ଆରମ୍ଭ କରିବାକୁ ସେ ଯୁକ୍ତି ଉପସ୍ଥାପନ କରିଥିଲେ।

[ad_2]
Show More
Back to top button