ସତ୍ୟଶିଖା(ସମ୍ବଲପୁର ) ୦୯.୦୩.୨୦୨୧:ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ ହେଲା କୁଚିଣ୍ଡା । ୨୦୧୯ ମସିହା ପାଇଁ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କୁଚିଣ୍ଡାକୁ ଶ୍ରେଷ୍ଠ ଥାନା ବିବେଚିତ କରାଯାଇଛି । ଏହି ଦେଶବ୍ୟାପୀ କରାଯାଇଥିଲା । ଥାନା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସେବା, ଥାନା ପ୍ରତି ସାଧାରଣ ଲୋକଙ୍କ ଅଭିଯୋଗ, ଥାନା ପ୍ରତି ଲୋକଙ୍କ ସକାରାତ୍ମକ ମନ୍ତବ୍ୟ ଓ ଥାନାର ଭିତ୍ତିଭୂମିକୁ ନେଇ ଏହି ସର୍ଭେ କରାଯାଇଥିଲା । ଏନେଇ ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ ଖୁସି ବ୍ୟକ୍ତି କରିବା ସହ ବହୁ ଲୋକଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି । ସମ୍ବଲପୁର ଆଇ ଜି ନରସିଂହ ଭୋଳ କୁଚିଣ୍ଡା ଥାନା ଅଧିକାରୀ କୋମଳ କୁମାର ପଣ୍ଡାଙ୍କୁ ଗୃହ ବିଭାଗ ଦ୍ଵାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ।
କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ
