ରାଜ୍ୟ

କ୍ରିଷ୍ଣା ସାହୁ ହେଲେ ରଜ କୁଇନ୍-୨୦୨୧

ସତ୍ୟଶିଖା( ଚାନ୍ଦବାଲି ) ୦୯.୦୮ .୨୦୨୧:ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ହରିହର ସାହୁଙ୍କ ନାତୁଣୀ ତଥା ଧର୍ମଶାଣିବିନ୍ଧା ଗ୍ରାମର ଆର୍ମି ମେଜର ଗଙ୍ଗାଧର ସାହୁ ଏବଂ ଅମିତା ସାହୁଙ୍କ କନିଷ୍ଠା ଝିଅ କ୍ରିଷ୍ଣା ସାହୁ ଚଳିତ ବର୍ଷ ଜୀ ସାର୍ଥକର ରଜ କୁଇନର ବିଜୟିନୀ ହୋଇଛନ୍ତି। ସେ ଓଡ଼ିଶାର ସଂସ୍କୃତି ପରମ୍ପରା ସହ ଅଭିନୟ, ଗାୟନ, ନୃତ୍ୟ ଏବଂ ଓଡ଼ିଆ ଘରର ଝିଅଙ୍କ ସୁଗୁଣ ଆଦିକୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଓଡ଼ିଶାର ବଛାବଛା ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଗ୍ରାଣ୍ଡ ଫିନାଲେରେ କ୍ରିଷ୍ଣା ସାହୁ ବିଜୟିନୀ ହୋଇ ପୁରସ୍କୃତ ହୋଇଛନ୍ତି।

ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ  ଜ଼ୀ ସାର୍ଥକ ରେ ଚଳିତ ବର୍ଷ ରଜ କୁଇନ ପ୍ରତିଯୋଗିତାରେ ଦେବାଶିଷ, ଅର୍ଧେନ୍ଦୁ, ପ୍ରିୟା ଏବଂ ଶୀତଲ ପ୍ରମୁଖ ବିଚାରକ ଭାବରେ ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରିଥିଲେ। କ୍ରିଷ୍ଣା ବେଙ୍ଗାଲୁରୁରେ ସଫ୍ଟୱୟାର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ। ସେ ଲକଡାଉନରେ ଘରେ କାର୍ଯ୍ୟ କରୁଥିବାରୁ  ରଜ କୁଇନରେ ଭାଗନେଇ ନିଜ ସ୍ବପ୍ନ ସାକାର କରିପାରିଛନ୍ତି। ତାଙ୍କର ବାଲ୍ୟ ଜୀବନ ଚାନ୍ଦବାଲିରେ ବିତିଥିବା ବେଳେ ଏହି ସଫଳତା ପଛରେ ତାଙ୍କ ଅଜା, ଆଈଙ୍କ ଆଶୀର୍ବାଦ ତଥା ପରିବାର ଲୋକଙ୍କ ପ୍ରେରଣା ତାଙ୍କୁ ଏହି ସଫଳତା ଦେଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କ୍ରିଷ୍ଣା।

Show More
Back to top button