ରାଜ୍ୟ

୩ ରଥରେ ଛେରା ପହଁରା କଲେ ଗଜପତି

ପୁରୀ(ସତ୍ୟଶିଖା): ନିଜ ପ୍ରିୟ ଭକ୍ତକୁ ଦେଖା ଦେବା ପାଇଁ ବର୍ଷକୁ ଥରେ ୨୨ ପାହାଚ ଦେଇ ଭାଇଭଉଣୀଙ୍କ ସହ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି କାଳିଆ ଠାକୁର। ଭକ୍ତଙ୍କ କୋଳାହଳରେ ଫାଟି ପଡ଼ୁଥାଏ ବଡ଼ ଦାଣ୍ଡ। ହେଲେ ଏଥର ସବୁ ଖାଁ ଖାଁ। ସବୁ ବର୍ଷ ପରି ଏଥର ବି ଶେଷରେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ଼ ଠାକୁର। ହେଲେ ନାହିଁ ଭକ୍ତଙ୍କ ଗହଳି। ତଥାପି ଭକ୍ତ, ଭଗବାନର ଭାବ ଦିଆନିଆ କମି ନାହିଁ। ଚର୍ମଚକ୍ଷୁରେ ନ ହୋଇପାରିଲେ ମଧ୍ୟ ଘରେ ବସି ରଥାସୀନ ୩ ଠାକୁରଙ୍କୁ ଦେଖି  ବିଭୋର ହୋଇ ପଡ଼ୁଛି ଭକ୍ତ ।

ଆହୁରି ପଢ଼ନ୍ତୁ

ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ସରିବା ପରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଛେରା ପହଁରା  କରିଛନ୍ତି ଗଜପତି ମହାରାଜ। ପରମ୍ପରା ଅନୁଯାୟୀ,ଗଜପତି ମହାରାଜା ସୁନା ଖଡ଼ିକାରେ ୩ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ନିକଟରେ ଛେରାପହଁରା କରିଛନ୍ତି। କାହିଁ କେଉଁ କାଳରୁ ଚାଲି ଆସୁଥିବା ଏହି ଅନ୍ୟତମ ଆକର୍ଷଣୀୟ ନୀତି ଦେଖିବାକୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ହେଲେ ଏଥର ସବୁ ଖାଁ ଖାଁ।

୩ ରଥ ଉପରେ ରଥାରୁଢ଼ ହେବା ପରେ ମୁଖ୍ୟ ବିଗ୍ରହମାନଙ୍କର ମଇଲମ ଓ ମାଳ ଫୁଲ ଲାଗି ହୋଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରୀନଅରକୁ ଖବର ପଠାଯାଇଥିଲା। ଏହାପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଛନ୍ତି।

[ad_2]
Show More
Back to top button