

ବାଲେଶ୍ଵରରେ ହେବ ଟଙ୍କା ଛପା କାଗଜ ତିଆରି ପ୍ରକଳ୍ପ। ଏଥିଲାଗି ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି 3ଜଣିଆ ପ୍ରତିନିଧି ଦଳଙ୍କ ସହ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଉପଜିଲ୍ଲାପାଳ ଭବେଶ କୁମାର ନାୟକ ଓ ରେମୁଣା ତହସିଲଦାରଙ୍କ ସହ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି। ରେମୁଣା ଅଂଚଳର ପଦାବଡ଼ଗାଁ,ସେରଗଡ଼ର ବାଉଁସମୁହାଁ ଏବଂ ନରହରିପୁର ଆଦି ଅଂଚଳର ବିଭିନ୍ନ ଜାଗା ଦେଖିବାର କାର୍ଯ୍ୟକ୍ରମ ରହିଛି।।
ଏହି ପ୍ରକଳ୍ପ ପାଇଁ ଶହେ ଏକର ଜାଗା ଆବଶ୍ୟକ ଥିବାବେଳେ ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ମନୋନୟନ କରିବା ପରେ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।