ଦେଶବିଦେଶରାଜନୀତି

୨ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ସତ୍ୟଶିଖା,(ନୂଆଦିଲ୍ଲୀ) ୨୬ .୦୩ .୨୦୨୧ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ବାଂଲା ଗସ୍ତରେ ଯାଉଛନ୍ତି । ଦୀର୍ଘ ୧୫ ମାସ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବିଦେଶ ଗସ୍ତ । ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ନମୋ ।

ଶୁକ୍ରବାର ସେ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଢାକା ଅଭିମୁଖେ ଯାତ୍ରା କରିଛନ୍ତି ।  ଏହାସହ ଢାକାରେ ମଧ୍ୟ ଅନେକ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମରେ ସାମିଲ ହେବେ । ତାଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ବାଂଲାଦେଶ ଗଠନରେ ଭାରତ ଭୂମିକା ବହୁତ ଖାସ୍ ରହିଛି । ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀକୁ ଏହି ଉତ୍ସବରେ ସାମିଲ ହେବାର ନିମନ୍ତ୍ରଣ କରାଯାଇଥିଲା ।

ପିଏମଙ୍କ ଗସ୍ତ ପୂର୍ବରୁ ଫୁଲରେ ଛାଇଯାଇଛି ପୂରା ସହର । ଢାକାରେ ଉତ୍ସବର ମାହୋଲ ଖେଳିଯାଇଛି । ଆଗାଜ୍ ନେସନାଲ ପରେଡ ଗ୍ରାଉଣ୍ଡରେ ଭବ୍ୟ କାର୍ଯ୍ୟକମ, ବଙ୍ଗବନ୍ଧୁ ଇଣ୍ଟରନାସନାଲ୍ କନଫରେନ୍ସ ସେଣ୍ଟରରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ । ଏହାସହ ନମୋ ସାବରରେ ଥିବା ରାଷ୍ଟ୍ରୀୟ ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳୀ ଦେବେ ।

Show More
Back to top button