ଦେଶ

ଦୁର୍ଘଟଣାରେ ମା ସହିତ ତିନି ଛୁଆଙ୍କର ମୃତ୍ୟୁ

ଶ୍ରୀନଗର: କାରଟି ୩୫୦ ଫୁଟ୍ ତଳକୁ ଖସିପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର ତିନି ଛୁଆ ସମତେ କାର ଡ୍ରାଇଭର ରହିଛନ୍ତି। କାରଟି ୩୫୦ ଫୁଟ୍ ତଳକୁ ଖସିପଡ଼ିବାର ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳ ୧୦ଟାରେ ଜମ୍ମୁ କଶ୍ମୀରର ଦୋଡ଼ା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ରାଗି ନଲ୍ଲା ନିକଟରେ ସକାଳ ୧୦ଟାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ମୃତକଙ୍କୁ ମଧ୍ୟ ଚିହ୍ନଟ କରିଛି। ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଛି।

କାରଟି ମହିଳା ଜଣଙ୍କ ଏବଂ ତାଙ୍କର ତିନି ଛୁଆଙ୍କୁ ନେଇ ଦୋଡା ଜିଲ୍ଲାରୁ କାମବାନ ଜିଲ୍ଲାର ଗୋଲ ଏରିଆକୁ ଯାଉଥିଲା। କୌଣସି କାରଣରୁ ଡ୍ରାଇଭର ଜଣଙ୍କ ଅନ୍ୟ ମନସ୍କ ହୋଇଯିବାରୁ ୩୫୦ ଫୁଟ ତଳକୁ କାରଟି ଖସି ପଡ଼ିଥିବା ସୂଚନା ରହିଛି।

The post ଦୁର୍ଘଟଣାରେ ମା ସହିତ ତିନି ଛୁଆଙ୍କର ମୃତ୍ୟୁ appeared first on satyasikha.

[ad_2]
Show More
Back to top button