ଦେଶନ୍ୟୁଜ୍ରାଜ୍ୟ

ଏହି ୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ୍ କର୍ଫ୍ୟୁ

ସତ୍ୟଶିଖା ୦୧/୦୧/୨୦୨୧ :  ହିମାଚଳ ପ୍ରଦେଶ ସରକାର କରୋନା ମାମଲାକୁ ନଜରରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୪ ଜିଲ୍ଲାରେ ନାଇଟ୍ କର୍ଫ୍ୟୁକୁ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରାଯାଇଛି । ରାଜ୍ୟର ସିମଲା, କାଙ୍ଗଡା, ମଣ୍ଡି ଓ କୁଲୁରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏହି କଟକଣା ଜାନୁଆରୀ ୩୧ ଯାଏଁ ଲାଗୁ ହେବ । ଏବେବି ରାଜ୍ୟରେ ଚଳାଚଳ କରୁଥିବା ବସରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଅନୁମତି ରହିଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ନିର୍ଦ୍ଦେଶାନୁସାରେ, ଜାନୁଆରୀ ୨ରେ ପଡୁଥିବା ଶନିବାର ଦିନ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀର କର୍ମଚାରୀ ଓ୍ୱାର୍କ ଫ୍ରମ୍ ହୋମ୍ କରିବେ । ଏହାପରେ ଆସନ୍ତା ସପ୍ତାହରେ ମାସର ଦ୍ୱିତୀୟ ଶନିବାରକୁ ଛାଡି ପ୍ରତି ଶନିବାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ହେବ ।

ଏହାସହ କୌଣସି ସାର୍ବଜନିକ ଓ ଘରୋଇ କାର୍ଯ୍ୟରେ ସର୍ବାଧିକ ୫୦ଜଣ ଅତିଥିଙ୍କୁ ଅନୁମତି ମିଳିବ । ଏହାସହ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଆହୁରି ମଧ୍ୟ କୌଣସି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ଆବଶ୍ୟକ । ରାତ୍ରୀ କର୍ଫ୍ୟୁରେ ବସ୍ ଚଳାଚଳ କରିବ । ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ କରୋନା ମାମଲା ୫୫୨୭୭ ଥିବା ବେଳେ ଏବେସୁଦ୍ଧା ୯୨୨ଜଣ ପ୍ରାଣ ହରାଇଛନ୍ତି । ଗୁରୁବାର ୧୯୩ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।

Show More
Back to top button